କଂଗ୍ରେସ ଛାଡ଼ିଲେ ହାର୍ଦ୍ଦିକ

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଂଗ୍ରେସ ନିଜ ସଂଗଠନକୁ ମଜଭୁତ କରିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରୁନି । ନିକଟରେ କଂଗ୍ରେସ ଚିନ୍ତନ ବୈଠକ କରି ଦଳ ପାଇଁ ମନପ୍ରାଣ ଦେଇ କାମ କରିବାକୁ କର୍ମକର୍ତ୍ତାମାନଙ୍କୁ କହିଥିଲେ ହେଁ ଏହାର ପ୍ରଭାବ କିନ୍ତୁ ଓଲଟା ଦେଖିବାକୁ ମିଳିଛି । ସଫଳତା ମିଳିବା ବଦଳରେ କଂଗ୍ରେସକୁ ଝଟକା ଲାଗିଛି । କାରଣ କଂଗ୍ରେସ ଛାଡ଼ିଛନ୍ତି ଗୁଜରାଟ ପଟିଦାର ନେତା ହାର୍ଦ୍ଧିକ ପଟେଲ ।

ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫାଦେଇଥିବା ଜଣାଯାଇଛି । ପ୍ରକାଶଯେ, ହାର୍ଦ୍ଧିକ କଂଗ୍ରେସ ଛାଡ଼ିବେ ବୋଲି ନିକଟରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଥିଲା । ଇସ୍ତଫା ଦେଇଥିବା ନେଇ ହାର୍ଦ୍ଦିକ ଟ୍ୱିଟ କରି ସୂଚନା ଦେଇଥିବା ବେଳେ ଇସ୍ତଫା ପତ୍ର ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିବା ସେ କହିଛନ୍ତି ।

Leave a comment