ଥୋମାସ୍ କପ୍ : ଇଣ୍ଡୋନେସିଆକୁ ହରାଇ ଇତିହାସ ରଚିଲା ଭାରତ

0

ନୂଆଦିଲ୍ଲୀ: ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ୍। ପ୍ରଥମ ଥର ପାଇଁ ଥୋମାସ କପ୍ ଜିତିଲା ଭାରତ। ୧୪ ଥରର ଚମ୍ପିଆନ୍ ଇଣ୍ଡୋନେସିଆକୁ ହରାଇ ଇତିହାସ ରଚିଛି ଭାରତ। ଇଣ୍ଡୋନେସିଆକୁ ୩-୦ରେ ହରାଇଲା ଭାରତ।

ପ୍ରଥମେ ଲକ୍ଷ୍ୟ ସେନ୍ ପରେ ସତଭିକ୍ ଓ ଚିରାଗଙ୍କ ଯୋଡି ଭାରତକୁ ବିଜୟ ପ୍ରଦାନ କରିଥିଲା। ସେହିପରି ଶ୍ରୀକାନ୍ତ ତୃତୀୟ ମ୍ୟାଚ୍ ଜିତି ଭାରତୀୟ ଦଳକୁ ପ୍ରଥମ ଥର ପାଇଁ ଥୋମାସ୍ କପ୍ ଚାମ୍ପିଅନ୍ କରିଥିଲେ। ଏହି ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବ୍ୟାଡମିଣ୍ଟନ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭାରତୀୟ ବ୍ୟାଡମିଣ୍ଟନ ଟିମ୍ ପୂରା ଟୁର୍ଣ୍ଣାମେଣ୍ଟରେ ଗୋଟିଏ ହେଲେ ବି ମ୍ୟାଚ୍ ହାରିନାହିଁ। ଦଳ ମାଲେସିୟାକୁ ହରାଇ ସେମିରେ ପହଞ୍ଚିଥିଲା। ସେମିରେ ଡେନମାର୍କକୁ ହରାଇ ପ୍ରଥମଥର ପାଇଁ ଥୋମାସ କପ ଫାଇନାଲ ଟିକେଟ ହାସଲ କରିଥିଲା।

ଏଥିସହ ଆଜି ଭାରତ ପାଇଁ ଐତିହାସିକ ଦିନ ବୋଲି ମୋଦି କହିଛନ୍ତି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଭାରତୀୟ ଟିମ୍କୁ ଶୁଭେଚ୍ଛା ଜଣାଇବା ସହ ୧ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଭାରତୀୟ ବ୍ୟାଡମିଣ୍ଟନର ଏହି ସଫଳତା ପାଇଁ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।

Leave a comment