ମାଟ୍ରିକ ମୂଲ୍ୟାୟନ: ଦୈନିକ ୨ ଘଣ୍ଟା ଦେଖାହେବ ପରୀକ୍ଷା ଖାତା

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି, ଚଳିତ ମାସ ୨୧ରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ହେବ। ଏ ନେଇ ବୋର୍ଡ ପକ୍ଷରୁ ସମସ୍ତ ପରୀକ୍ଷକଙ୍କ ନିଯୁକ୍ତି ପତ୍ର ୱେବସାଇଟରେ ଅପଲୋଡ଼ କରାଯାଇଥିବା ବେଳେ ମୂଲ୍ୟାୟନ ସହ ଜଡିତ ସମସ୍ତ କର୍ମଚାରୀଙ୍କୁ ୨୦ ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେବାକୁ କୁହାଯାଇଛି। ଚଳିତ ଥର ଏକ ସଂଗେ ତିନୋଟି ପରୀକ୍ଷାର ମୂଲ୍ୟାୟନ ମେ’ ୨୧ରୁ ଆରମ୍ଭ ହେବ। ହାଇସ୍କୁଲ ଓ ମୁକ୍ତ ବିଦ୍ୟାଳୟ ପାଇଁ ମୂଲ୍ୟାୟନ ବେଳେ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନଲାଇନରେ ମାର୍କ ଅପଲୋଡ଼ କରାଯିବାକୁ ଥିବାବେଳେ ମଧ୍ୟମାରେ ଅଫଲାଇନରେ ମାର୍କ ଫଏଲରେ ମାର୍କ ଗ୍ରହଣ କରାଯିବ।
ରାଜ୍ୟର ୫୮ଟି କେନ୍ଦ୍ରରେ ମୂଲ୍ୟାୟନ ହେବାକୁ ଥିବାବେଳେ ୪୮୧ ଜଣ ମୁଖ୍ୟ ପରୀକ୍ଷକ ୯୦୦ ଜଣ ଡେପୁଟି ନିରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଓ ୯୩୦ ଜଣ ସ୍କୃଟିନାଇଜରଙ୍କୁ ନିଯୁକ୍ତ କରାଯାଇଛି। ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖାତା ଦେଖା ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।