ଡ୍ରପଆଉଟ୍ ପାଇଁ ସ୍କୁଲ ଦାୟୀ

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ନେଇ ଚିନ୍ତା। ଅଧାରୁ ପାଠ ଛାଡ଼ୁଛନ୍ତି ଛାତ୍ର ଛାତ୍ରୀ କେମିତି ସ୍କୁଲ ଆସିବେ ସେନେଇ ଜିଲ୍ଲାପାଳମାନଙ୍କୁ ଗଣଶିକ୍ଷା ସଚିବଙ୍କ ଚିଠି । ସ୍କୁଲରେ କାହିଁକି ଅନୁପସ୍ଥିତ ରହୁଛନ୍ତି ପିଲା ତାର ପର୍ଯ୍ୟବେକ୍ଷଣ ପାଇଁ ଏକ କମିଟି ଗଠନ କରାଯିବ । ଏମିତିକି କନିଷ୍ଠ ଶିକ୍ଷକମାନେ ପିଲାଙ୍କୁ ସ୍କୁଲ ଆଣିବାକୁ ଘରକୁ ଘର ଯାଇ ପ୍ରୋତ୍ସାହିତ କରିବେ । ଆବଶ୍ୟକ ସ୍ଥଳରେ ପିଲାଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବେ ସ୍କୁଲ କର୍ତ୍ତୃପକ୍ଷ । ସେପଟେ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ମଧ୍ୟରେ ଅନେକ ଡ୍ରପଆଉଟ ଥିବା ସନ୍ଦେହ କରାଯାଉଛି ।

ରାଜ୍ୟରେ ଡ୍ରପଆଉଟ୍ ପିଲାଙ୍କୁ ନେଇ ଥିବା ତଥ୍ୟ ଅନୁସାରେ ୨୦୧୯ -୨୦ ଶିକ୍ଷାବର୍ଷରେ ରେ ସ୍କୁଲରୁ ଅଧାରୁ ପାଠ ଛାଡିଛନ୍ତି ୮୧୬୮ । ଯାହା ଭିତରେ କେନ୍ଦୁଝରରେ ସର୍ବାଧିକ ୬୮୧, ଖୋର୍ଦ୍ଧାରେ ୬୦୩ ଓ କୋରାପୁଟରେ ୪୨୮ ଜଣ ପିଲା ପାଠ ଅଧାରୁ ଛାଡିଛନ୍ତି। ୨୦୨୦-୨୧ ଶିକ୍ଷାବର୍ଷରେ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରରେ ୪୯, ୦୯୮ ପିଲା ପାଠ ଛାଡିଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାରେ ୬ ହଜାର ୭୩୧, କୋରାପୁଟରେ ୩୫୮୭, ସୁନ୍ଦରଗଡ଼ରେ ୩୪୨୬ ଜଣ ପିଲା ଅଧାରୁ ପାଠ ପଢିଛୁ। ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛି ଗଣ ଶିକ୍ଷା ବିଭାଗ ।

Leave a comment