1.042 କେଜି ବ୍ରାଉନ ସୁଗାର ଜବତ

0

ଖୋର୍ଦ୍ଧା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ବଢିଚାଲିଛି ନିଶା କାରବାର। ପୁଣି ଖୋର୍ଦ୍ଧା ନିକଟରୁ 1 କେଜି 42 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି। ବ୍ରାଉନସୁଗାର ଜବତ ସହ 3 ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ।

ଗିରଫ ଅଭିଯୁକ୍ତ ହେଉଛନ୍ତି ରଞ୍ଜନ କୁମାର ପାଟଶାଣୀ , ଲଷ୍ମୀଧର ସ୍ୱାଇଁ ଓ ଅମରେନ୍ଦ୍ର ମହାପାତ୍ର । ରାଜ୍ୟରେ ଧଳା ଜହର କାରବାର ବଢ଼ି ଚାଲିଥିବା ବେଳେ 2020 ପର ଠାରୁ 51 କେଜି ବ୍ରାଉନ ସୁଗାର /ହିରୋଇନ୍ ଜଜବତ କଲାଣି ଏସଟିଏଫ । ଏଥିସହିତ ଏହି ଦୁଇବର୍ଷ ମଧ୍ୟରେ 202 ଗ୍ରାମ କୋକେନ୍ ଏବଂ ଗଞ୍ଜା 93 କ୍ୱିଣ୍ଟାଲରୁ ଅଧିକ ଜବତ କରିଥିବାବେଳେ 144 ରୁ ଅଧିକ ଡ୍ରଗ୍ ଡିଲର / ବେପାରୀଙ୍କୁ ଗିରଫ କରିଛି ଏସଟିଏଫ ।

Leave a comment