ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ

0

କୋରାପୁଟ : ରାଜ୍ୟରେ ଦିନକୁ ଦିନ ମାଓବାଦୀମାନେ ଉନ୍ମତ୍ତକାଣ୍ଡ ଘଟାଉଥିବା ବେଳେ ବର୍ତ୍ତମାନ ଆକ୍ସନ୍ ମୁଡ଼୍ କୁ ଆସିଛନ୍ତି ବିଏସଏଫ ଯବାନ୍ । ତେବେ ଆଜି ମାଓବାଦୀଙ୍କ ବିସ୍ଫୋରଣ ଉଦ୍ୟମ ପଣ୍ଡ କରିଛନ୍ତି ବିଏସଏଫ ଓ ଡିଭିଏଫ ।

୪୦ କେଜି ଜିଲୋଟିନ, ବନ୍ଧୁକ ଓ ରବର ବୁଲେଟ୍ ଠାବ କରି ଜବତ କରିଛନ୍ତି । କୋରାପୁଟ ନାରାୟଣ ପାଟଣା ପାଚିଂ ଜଙ୍ଗଲରେ କୁମ୍ବିଂ ବେଳେ ଏହି ସବୁ ଜିନିଷ ଠାବ ହୋଇଛି ।
ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଖଞ୍ଜିଥିବା ସୂଚନା ରହିଛି ।ପୁର୍ବରୁ ମଧ୍ୟ ସରକାରଙ୍କ କାର୍ଯ୍ୟକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବାର୍ତ୍ତା ଲେଖିଥିଲେ ମାଓବାଦୀ ସଙ୍ଗଠନ।

Leave a comment