ଦୁର୍ବଳ ହେଲା ‘ଅସାନି’, ବାତ୍ୟାରେ ପରିଣତ

0

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆନ୍ଧ୍ର ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି । ଆଜି ଉପକୂଳ ଓଡ଼ିଶା କିଛି ଜିଲ୍ଲାରେ ବର୍ଷା ହେଉଛି । ଆଜି ପାଇଁ ୮ ଜିଲ୍ଲାକୁ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲା ହେଲା କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକ । ଭୀଷଣ ବାତ୍ୟା ‘ଅସାନି’ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଏହା ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି।

ଗତ ୬ ଘଣ୍ଟାରେ ଏହା ୧୨ ଘଣ୍ଟା ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆନ୍ଧ୍ରପ୍ରଦେଶ ମୁହାଁ ହୋଇଥିବା ବାତ୍ୟା ‘ଅସାନି’ କାକିନାଡ଼ା ଓ ବିଶାଖାପାଟଣା ମଧ୍ୟରେ ଏହା ସ୍ଥଳ ଭାଗକୁ ଛୁଇଁପାରେ । ଫଳରେ ଆନ୍ଧ୍ରପ୍ରଦେଶକୁ ବାତ୍ୟା ପାଇଁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ । ‘ଅସାନି’ କାକିନାଡ଼ା-ବିଶାଖାପାଟଣା ମଝିରେ ସ୍ଥଳଭାଗ ଛୁଇଁ ଯାଇପାରେ । ସ୍ଥଳଭାଗ ଛୁଇଁ ଯିବା ପରେ ପୁଣି ତାହା ସମୁଦ୍ରକୁ ରିକର୍ଭ କରିପାରେ । ଏହାପରେ ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍‌ରେ ପରିଣତ ହେବାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ ।

Leave a comment