ଏସିଡ଼ ମାଡ଼ ଘଟଣା, ୨ ଅଭିଯୁକ୍ତ ଅଭିଯୁକ୍ତ ୧୪ବର୍ଷ ସଜା

ଜଗତସିଂହପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ୧୪ ବର୍ଷ ପରେ ଆସିଲା ରାୟ । ପ୍ରମୋଦିନୀ ରାଉଳ ଏସିଡ ଆକ୍ରମଣ ଘଟଣାରେ ରାୟ ଶୁଣାଇଲେ କୋର୍ଟ । ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ଼ ମାଡ଼ ମାମଲା । ତିର୍ତ୍ତୋଲ ଥାନା କନକପୁରର ପ୍ରମୋଦିନୀଙ୍କୁ ଏସିଡ ମାଡ଼ ହୋଇଥିଲା । ୨୦୦୯ ଏପ୍ରିଲ ୧୮ରେ ଘଟିଥିଲା ଏସିଡ ଆକ୍ରମଣ । ଦଣ୍ଡାଦେଶ ଶୁଣାଇଲେ ଜଗତସିଂହପୁର ଏଏସଜେ ମହିଳା କୋର୍ଟ । ୧୪ବର୍ଷ ଜେଲ ସହ ୧୫ହଜାର ଟଙ୍କା ଜୋରିମାନା ଆଦେଶ । ଦୋଷୀ ସନ୍ତୋଷ ବେଦାନ୍ତ ଓ ଅନୀଲ ଦଳସିଂରାୟଙ୍କୁ ସଜା । ଦୁଇ ଦୋଷୀଙ୍କୁ ୧୪ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ । ଜଗତସିଂହପୁରର ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ ନିବେଦନ କରିଥିଲେ ଯବାନ ସନ୍ତୋଷ ବେଦାନ୍ତ ।
କିନ୍ତୁ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ ପ୍ରମୋଦିନୀ । ଏହା ଶୁଣି ସନ୍ତୋଷ ରାଗିଯାଇଥିଲା। ଆଉ ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା । ଦିନେ ପ୍ରମୋଦିନୀ ଘରକୁ ଫେରିବା ରାସ୍ତାରେ ସହଯୋଗୀ ରମେଶ ଦଳସିଂରାୟ ସହ ମିଶି ସନ୍ତୋଷ ତାଙ୍କ ଉପରକୁ ଏସିଡ୍ ପକାଇଥିଲେ । ଆଉ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ସେପଟେ ଘଟଣାର ତିନି ବର୍ଷ ପରେ ପ୍ରମାଣ ଅଭାବରୁ ମାମଲାକୁ ବନ୍ଦ କରିଦେଇଥିଲା ପୋଲିସ । କିନ୍ତୁ ହାର୍ ମାନିନଥିଲେ ପ୍ରମୋଦିନୀ । ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୭ ମସିହାରେ କେସ୍ ରିଓପନ୍ ହେଲା ଆଉ ଧରାପଡିଲେ ଦୁଇ ଅଭିଯୁକ୍ତ । ଏବେ ଏସିଡ ଆକ୍ରମଣ ଘଟଣାରେ ରାୟ ଶୁଣାଇଛନ୍ତି କୋର୍ଟ ।