ତାଜମହଲର ୨୦ଟି ପ୍ରକୋଷ୍ଠ ଖୋଲିବାକୁ ପିଟିସନ ଦାଏର

0

ଲକ୍ଷ୍ନୌ : ଆଗ୍ରାସ୍ଥିତ ବିଶ୍ୱପ୍ରସିଦ୍ଧ ଐତିହାସିକ କୀର୍ତ୍ତିରାଜୀ ତାଜମହଲର ବନ୍ଦ ରହିଥିବା ୨୦ଟି ପ୍ରକୋଷ୍ଠ ଖୋଲିବା ନିମନ୍ତେ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି । ଏଥିପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଅଯୋଧ୍ୟା ଜିଲ୍ଲାର ବିଜେପି ସଭାପତି ଡଃ ରଜନୀଶ ସିଂହ ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି ।

ତାଜମହଲକୁ ନେଇ ବହୁ ପୁରୁଣା ବିବାଦ ରହିଛି । ଏଥିରେ ଥିବା ୨୦ଟି ପ୍ରକୋଷ୍ଠରେ ତାଲା ପଡିଥିବାବେଳେ କାହାରିକୁ ପ୍ରବେଶ ଅନୁମତି ମିଳୁନାହିଁ । ତେବେ ଏହି ପ୍ରକୋଷ୍ଠଗୁଡିକରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଓ ଗ୍ରନ୍ଥ ରଖାଯାଇଥିବା ପିଟିସନଧାରୀ ଆଶଙ୍କା କରୁଛନ୍ତି । ଯଦି ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତି, ତେବେ ରାଜ୍ୟ ସରକାର କମିଟି ଗଠନ କରି ଏହି ପ୍ରକୋଷ୍ଠଗୁଡିକୁ ଖୋଲିଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ବୋଲି ଡଃ ସିଂହ ଆଶାବ୍ୟକ୍ତ କରିଛନ୍ତି । ଡଃ ସିଂହ ପ୍ରଥମେ ସୂଚନା ଆଇନ ବଳରେ ଏହି ଉଦ୍ୟମ କରି ବିଫଳ ହେବାପରେ ବର୍ତ୍ତମାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Leave a comment