ପଲିଥିନରୁ ବାହାରୁଛି ପେଟ୍ରୋଲ୍!

0

ଯାଁଳା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଲିଥିନରୁ ବାହାରୁଛି ପେଟ୍ରୋଲ । କଥାଟି ଅବିଶ୍ୱାସ ଲାଗୁଥିଲେ ବି ସତ । ଯେଉଁ ଗାଡ଼ି ଚାଳକ ଟାଙ୍କୀରେ ୧୧୨ରୁ ୧୧୫ ଟଙ୍କା ଦେଇ ପେଟ୍ରୋଲ ପକାଉଛନ୍ତି । ସେଭଳି ସମୟରେ ଏଭଳି ଖବର ନିଶ୍ଚୟ ସମସ୍ତଙ୍କୁ ଆସ୍ୱସ୍ତୀ କରିବ । ଏଭଳି ଅବିଶ୍ୱସନୀୟ କାର୍ଯ୍ୟ କରି ଦେଖାଇଛନ୍ତି ଅଜୟ ବେହେରା (୩୧) । ୟୁଟ୍ୟୁବରୁ ଭିଡ଼ିଓ ଦେଖି ଏଭଳି ଏକ ଅର୍ଦ୍ଭୁତ ପ୍ରକାର କାରଣାମା କରି ଦେଖାଇଛନ୍ତି । ଯାହା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜଧାନୀ ଉପକଣ୍ଠ ଯାଁଳା ପଞ୍ଚାୟତର ରାଧାଚରଣପୁର ଗ୍ରାମର ଅଜୟ ସପ୍ତମ ପାସ୍ ପରେ ଯନ୍ତ୍ରପାତି ଓ ମୋବାଇଲ୍ ଉପରେ ଆଧିକାଶଂ ସମୟ କାଟୁଥିଲେ । କିଛି ବର୍ଷ ପରେ ସେ ଏକ ବିସ୍କୁଟ୍ କମ୍ପାନୀରେ ଚାକିରି କରିଥିଲେ । କାମ ପରେ ଅବଶିଷ୍ଟ ସମୟ ମୋବାଇଲରେ ବିଭିନ୍ନ ଭିଡ଼ିଓ ଦେଖୁଥିଲେ । ଗତ ଦୁଇ ବର୍ଷ ତଳେ ସେ ଏକ ଭିଡିଓ ଦେଖି ଗୋଟିଏ ଡବା ଓ ତା ଭିତରେ ପଲିଥିନ୍ ରଖି ଘୋଡ଼ଣି ଦେଇ ସେହି ଡବାରୁ ଏକ ଜିଆଇ ପାଇପ୍ ଅନ୍ୟ ଏକ ଡବାକୁ ସଂଯୋଗ କରିଥିଲେ । ପଲିଥିନ୍ ଡବାଟିକୁ ଷ୍ଟୋବ୍ ଦ୍ୱାରା ଗରମ କରିଥିଲେ । ଫଳରେ ଜିଆଇ ପାଇପ୍ ଦେଇ ଅନ୍ୟ ଡବାକୁ ଯାଇ ଯେଉଁ ଗ୍ୟାସ୍ ବାହାରୁଥିଲା ତାକୁ ଦେଖି କାଳେ ଫୁଟିଯିବ ଭୟଭିତ ହୋଇଯାଇଥିଲେ । ତାହା ବନ୍ଦ କରିଦେଇଥିଲେ । କିନ୍ତୁ ସେ ପୁଣି ଦୁଇ ମାସ ହେବ ସେ କାର୍ଯ୍ୟରେ ଲାଗିପଡ଼ିଥିଲେ । ଏକ ଡବାରେ ଜରି ଭର୍ତ୍ତିକରି ଗରମ କରିଥିଲେ । କିଛି ସମୟ ପରେ ଅନ୍ୟ ଏକ ଡବାକୁ ଯେଉଁ ତରଳ ପଦାର୍ଥ ଆସିଥିଲା ତାକୁ ମାଟିରେ ପକାଇ ଦିଆସିଲି ଲଗାଇବା ମାତ୍ରେ ଜଳି ଉଠିଥିଲା । ପୂନଃବାର ସେଥିରୁ ଏକ ଠିପିଏ ଆଣି ପାଣିରେ ପକାଇ ଦିଆସିଲି ଲଗାଇବାରୁ ତାହା ପାଣିରେ ମଧ୍ୟ ଜଳିଥିଲା । ଏହା ପରେ ଉକ୍ତ କଳା ଦିଶୁଥିବା ତରଳ ପଦାର୍ଥକୁ ବାଇକ୍ରେ ପକାଇଥିଲେ । କିନ୍ତୁ ଭୟଭିତ ଥିବାରୁ ଗାଡ଼ି ନ ଚଳାଇ ପୂନଃ ଉକ୍ତ ତୈଳକୁ ଗରମ କରି ସେଥିରୁ ଯେଉଁ ତୈଳ ବାହାରିଲା ତାହା ପେଟ୍ରୋଲ୍ ପରି ଦିଶୁଥିବାରୁ ତାକୁ ଗାଡ଼ିରେ ପକାଇ ଚଲାଇଥିଲେ । ସବୁ ଠିକ୍ ଠାକ୍ ଚାଲିଥିଲା । ତାଙ୍କ କହିବା କଥା ଏକ କିଲୋ ଜରିରୁ ୬ ଶହ ମିଲି ପେଟ୍ରୋଲ୍ ବାହାରୁଛି । ଏହି କାର୍ଯ୍ୟ ପରେ ଅଜୟ ବର୍ତ୍ତମାନ ଅଞ୍ଚଳରେ ଚର୍ଚ୍ଚାରେ ଆସିଛନ୍ତି ।

Leave a comment