ବୁର୍ଲା ଭିସୁଟ: ଧାରଣାରେ ଛାତ୍ରଛାତ୍ରୀ

0

ସମ୍ବଲପୁର : ସମ୍ବଲପୁର ବୁର୍ଲା ଭିସୁଟରେ ଦେଖାଦେଇଛି ଛାତ୍ର ଅଶାନ୍ତି। ଗତକାଲି ଅପରାହ୍ନ ୪ଟାରୁ ଆନ୍ଦୋଳନରେ ବସିଛନ୍ତି ଛାତ୍ରଛାତ୍ରୀ। ଅଫ୍ଲାଇନ ତଥା ସମୟ ନଦେଇ ତୁରନ୍ତ ପରୀକ୍ଷା କରିବାକୁ ବିରୋଧ। ଫଳରେ ଶହ ଶହ ଛାତ୍ରଛାତ୍ରୀମାନେ ଭିସୁଟ ପରିସରରେ ଧାରଣାର ବସିଛନ୍ତି । ଆଜି ୫ମ ସେମିଷ୍ଟାର ପରୀକ୍ଷା ହେବାକୁ ଥିବାବେଳେ ଛାତ୍ରଛାତ୍ରୀମାନେ କାଲିଠାରୁ ଧାରଣାରେ ବସିଛନ୍ତି । ଏହି ପରୀକ୍ଷା ଡିସେମ୍ବର ମାସର ହେବାକୁ ଥିବାବେଳେ କରୋନା ପାଇଁ ସ୍ଥଗିତ ରହିଥିଲା ।

୫ଦିନ ପୂର୍ବରୁ ସେମାନେ ୬ଷ୍ଠ ସେମିଷ୍ଟାର ପରିକ୍ଷା ଦେଇସାରିଛନ୍ତି । ହେଲେ ପୂର୍ବରୁ ସ୍ଥଗିତ ଥିବା ୫ମ ସେମିଷ୍ଟାର ପାଇଁ ପଢିବାକୁ ସମୟ ମିଳିନଥିବାବେଳେ,ଏହି ୫ମ ସେମିଷ୍ଟାରକୁ କିଛି ଦିନ ଘୁଞ୍ଚାଇ ଅନ୍ଲାଇନ ମାଧ୍ୟମରେ କରାଯାଉ । ଗ୍ରେଡିଂ ହିସାବରେ ମାର୍କ ପ୍ରଦାନ କରାଯାଉ ବୋଲି ଭିସୁଟ କର୍ତ୍ତୃପକ୍ଷଙ୍କୁ କହିଥିଲେ। ହେଲେ କଲେଜ କର୍ତ୍ତୃପକ୍ଷ କିଛି ଶୁଣିନଥିଲେ ଆଉ ଶେଷରେ ଛାତ୍ରଛାତ୍ରୀମାନେ କଲେଜ କ୍ୟାମ୍ପସ ଭିତରେ ରାତି ତମାମ ଧାରଣାରେ ବସିଲେ । ଶାନ୍ତି ଶୃଙ୍ଖଳା ପାଇଁ ବୁର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।

Leave a comment