ଅନଲାଇନ ଔଷଧ ବିକ୍ରି କୁ ନିଷେଧ କଲା ଦିଲ୍ଲୀ ହାଇକୋର୍ଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନ ଲାଇନ ଔଷଧ ବିକ୍ରି କୁ ବନ୍ଦ କରିବା ପାଇଁ ବହୁ ଦିନରୁ କେନ୍ଦ୍ର ସରକାରଙ୍କ ଠାରେ ଦାବୀ କରିଆସୁଥିବା ଦେଶର ସମସ୍ତ କେମେଷ୍ଟ୍ରୀ ଏଣ୍ଡ ଡ୍ରଗିଷ୍ଟି ଆସୋସିଏସନ ଏବଂ ରାଜ୍ୟର ଉତ୍କଳ କେମେଷ୍ଟ୍ରୀ ଏଣ୍ଡ ଡ୍ରଗିଷ୍ଟି ଆସୋସିଏସନ ପାଇଁ ଦିଲ୍ଲୀ ହାଇକୋର୍ଟ ଙ୍କ ରାୟ କିଛି ମାତ୍ରାରେ ଆସ୍ୱସ୍ତି ଆଣିଦେଇଛି ।

ସୂଚନା ଅନୁଯାୟୀ ଅନ ଲାଇନ ଔଷଧ ବିକ୍ରି କୁ ନିଷେଧ କରିବା ପାଇଁ ଡାକ୍ତର ଜାହିର ଅହମ୍ମଦ ଙ୍କ ତରଫରୁ ରୁଜ୍ଜୁ କରାଯାଇଥିବା ଜନସ୍ୱାର୍ଥ୍ୟ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଦେଶ ସାରା ଅନଲାଇନ ଔଷଧ ବିକ୍ରି କୁ ନିଷେଧ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ତାଙ୍କ ଶୁଣାଣୀ ବେଳେ ଅନଲାଇନ ଔଷଧ ବିକ୍ରି କୁ ଅବୈଧ ଏବଂ ଏହା ଆଇନ ର ବିରୁଦ୍ଧାଚରଣ କରୁଛିବୋଲି କହିବା ସହ ଭାରତ ସରକାର, ଫାର୍ମସୀ କାଉନସିଲ ଅଫ ଇଣ୍ଡିଆ, ସେଣ୍ଟ୍ରାଲ ଡ୍ରଗ ଷ୍ଟାଣ୍ଡର୍ଡ କଣ୍ଟ୍ରୋଲର ଅର୍ଗାନାଇଜେସନ,ଡ୍ରଗ କଣ୍ଟ୍ରୋଲର ଅଫ ଦିଲ୍ଲୀ, ଦେଲ୍ହୀ ଫାର୍ମାସି କାଉନସିଲକୁ ନୋଟିସ ଜାରି କରିଛନ୍ତି । ଏହା ର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ୨୦୧୯କୁ ରଖିଥିବାବେଳେ ଏହି ମାମଲାରେ କୌଣସି ଇ କମର୍ସ କମ୍ପାନୀ ପକ୍ଷ ଭୁକ୍ତ ହୋଇଛନ୍ତି କି ନାହିଁ ଜଣାପଡିନଥିବା ବେଳେ ଅପରପକ୍ଷରେ ମାଡ୍ରାସ ହାଇକୋର୍ଟ ରେ ଚାଲିଥିବା ଆଉ ଏକ ଅନଲାଇନ ଔଷଧ ବିକ୍ରି ମାମଲାରେ ଇ କମର୍ସ କମ୍ପାନୀ ପକ୍ଷଭୁକ୍ତ ହୋଇଥିବା କଥା ଜଣାପଡ଼ିଛି।

Leave a comment