ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ

ସିବିଆଇ ତଦନ୍ତ ଦାବିରେ ଧାରଣା

0

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜ୍ୟରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏପରିକି ମେଧାବୀଙ୍କୁ ଅଣଦେଖା କରି କମ୍ ମାର୍କ ରଖିଥିବା ପିଲାଙ୍କୁ ଅଧିକ ମାର୍କ ଦିଆଯାଇଛି ବୋଲି ଅନେକ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏଥିସହ ଏହାର ସିବିଆଇ ତଦନ୍ତ ଦାବି କରି ବୁଧବାର ଶତାଧିକ ଛାତ୍ରଛାତ୍ରୀ ଲୋୟରପିଏମ୍ଜିରେ ଧାରଣା ଦେଇଛନ୍ତି ।

ଅଭିଯୋଗ ଅନୁଯାୟୀ, ଗତ ମାର୍ଚ୍ଚ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ ହାଇସ୍କୁଲ ଶିକ୍ଷକ ନିଯୁକ୍ତି ଲାଗି ସିବିଟି ମାଧ୍ୟମରେ ପରୀକ୍ଷା ହୋଇଥିଲା । ତେବେ ଯେଉର୍ ସଂସ୍ଥାକୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା ସମ୍ପୃକ୍ତ ସଂଖ୍ୟାର କୌଣସି ଅଭିଜ୍ଞତା ନାହିଁ । କାହା ପରାମର୍ଶରେ ସେହି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା ତାହାର ଯାଞ୍ଚ କରାଯିବାକୁ ଧାରଣାରତ ଛାତ୍ରଛାତ୍ରୀ ଦାବି କରିଛନ୍ତି । ପ୍ରତିଷ୍ଠିତ କମ୍ପାନୀ ଯଥା ଟିସିଏସ୍ ଭଳି ଆଇଟି କମ୍ପାନୀଙ୍କୁ ପରୀକ୍ଷା ପରିଚାଳନା ଦାୟିତ୍ୱ ନଦେଇ ଅନାମଧେୟ କମ୍ପାନୀକୁ କାହିଁକି ଦାୟିତ୍ୱ ଦିଆଯାଇଥିଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ସବୁଠୁ ବଡ଼ କଥା ହେଲା ନିଯୁକ୍ତି ଲାଗି ୮ଲକ୍ଷରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ କାରବାର ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଏହି ଅନିୟମିତତାର ସିବିଆଇ ଯାଞ୍ଚ କରାଯିବାକୁ ଦାବି କରିବା ସହ ନ୍ୟାୟ ଲାଗି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଆନ୍ଦୋଳନରତ ପରୀକ୍ଷାର୍ଥୀ କହିଛନ୍ତି । ନ୍ୟାୟ ନମିଳିଲେ ଏହି ଆନ୍ଦୋଳନ ଜୋରଦାର ହେବ ବୋଲି ମଧ୍ୟ ସେମାନେ କହିଛନ୍ତି ।

Leave a comment