କିଏ ହେବେ ଟ୍ୱିଟର ସିଇଓ ?

0

ନ୍ୟୁୟର୍କ: କିଏ ହେବେ ଟ୍ୱିଟର ସିଇଓ ? ଟ୍ୱିଟର ମାଲିକ ବଦଳିବା ପରେ ଏବେ ଟ୍ୱିଟର ସିଇଓକୁ ନେଇ ଚର୍ଚ୍ଚା ଜୋର ଧରିଛି । ଟ୍ୱିଟର ସିଇଓ ଥିବା ପରାଗ ଅଗ୍ରଓ୍ୱାଲଙ୍କୁ ବଦଳାଇବାକୁ ଏଲନ ମସ୍କ ଇଚ୍ଛା ପ୍ରକାଶ କରୁଥିବା ସୂଚନା ମଳୁଛି । ହେଲେ ପରାଗଙ୍କ ସ୍ଥାନରେ ଟ୍ୱିଟର ନୂଆ ସିଇଓ କିଏ ହେବେ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ କିନ୍ତୁ ପରାଗଙ୍କ ଭବିଷ୍ୟତକୁ ନେଇ ବଡ଼ ପ୍ରଶ୍ନ ଉଠିଛି । କମ୍ପାନୀର ଚୁକ୍ତି ଅନୁସା‌ରେ ୧୨ ମାସରୁ କମ୍‌ ସମୟରେ ଯଦି ସିଇଓ ପରିବର୍ତ୍ତନ କରାଯାଏ ତେବେ ତାଙ୍କୁ କ୍ଷତିପୂରଣ ଦେବାକୁ ହେବ । କ୍ଷତିପୂରଣ ବାବଦକୁ କମ୍ପାନୀ ସିଇଓ ପରାଗଙ୍କୁ ୪୨ ନିୟୁତ ଡଲାର ଦେବ ।

ସୂଚନାଥାଉ କି ଗତ ଏପ୍ରିଲ ୨୪ ତାରିଖରେ ଟ୍ୱିଟର ନୂଆ ମାଲିକ ହୋଇଛନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କ । ୪୪ ବିଲିୟନ ଡଲାର ବିନିମୟରେ ଟ୍ୱିଟରକୁ କିଣିଛନ୍ତି ଏଲନ୍‌ । ଇ-କାର୍‌ କମ୍ପାନୀ ଟେସଲାର ମାଲିକ ଏଲନ୍‌ ମସ୍କ ଟ୍ୱିଟରର ନୂଆ ମାଲିକ ହୋଇଥିବା ବେଳେ ବର୍ତ୍ତମାନ କମ୍ପାନୀର ବଡ଼ ବଡ଼ ପଦବୀକୁ ନେଇ ବେଶ ଚର୍ଚ୍ଚ ହେଉଛି ।

Leave a comment