ରାଜଧାନୀରେ ପୁଣି ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ
ଭୁବନେଶ୍ବର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ ।
ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାସକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ସୌଭାଗ୍ୟ ରଞ୍ଜନ ଦାସ ପୂର୍ବରୁ ବିବାହ କରିଥିଲା । ପ୍ରଥମ ସ୍ତ୍ରୀଙ୍କୁ ନିର୍ଯାତନା ଦେଉଥିବାରୁ ସେ ଛାଡି ପଳାଇଛନ୍ତି । ତେବେ ମୃତକ ଲିଲି ଦାସ ହେଉଛନ୍ତି ସୌଭାଗ୍ୟଙ୍କ ଦ୍ୱିତୀୟ ପତ୍ନୀ ।