ଏସସିବିରେ ଅନ୍ଲାଇନରେ ରୋଗୀ ପଞ୍ଜୀକରଣ
କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକ ବଡ଼ଡାକ୍ତରଖାନା(ଏସ୍ସିବି)ରେ ରୋଗୀସେବାରେ ସଂସ୍କାର ଆଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମ୍ପ୍ରତି ମେଡିକାଲରେ ଭିଡ଼ ହେଉଥିବାବେଳେ ବହୁ ରୋଗୀ ଉପଯୁକ୍ତ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ôଚତ ହେଉଛନ୍ତି । ତେଣୁ ଏହି ଭିଡ଼କୁ ହ୍ରାସକରିବା ତଥା ଜରୁରିକାଳୀନ ଚିକିତ୍ସାକୁ ବାଦ୍ଦେଲେ ଅନ୍ୟ ସାଧାରଣ ରୋଗର ଚିକିତ୍ସା ନିମନ୍ତେ ଆଉ ରୋଗୀଙ୍କୁ ମେଡିକାଲ ପରିସରରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ ।
ଏଣିକି ବର୍ହିଃବିଭାଗ ପାଇଁ ଅନ୍ଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା କରାଯାଉଥିବା ଏସ୍ସିବି ଆଡ୍ମିନିଷ୍ଟ୍ରେସନ୍ ରେଜିଷ୍ଟ୍ରାର ଡ. ଅବିନାଶ ରାଉତ ସୂଚନା ଦେଇଛନ୍ତି। ତେବେ ଏହି ବ୍ୟବସ୍ଥାକୁ ଆସନ୍ତା ମେ’ ମାସ ୯ ତାରିଖରେ ଏସ୍ସିବି କର୍ତ୍ତୃପକ୍ଷ ଶୁଭାରମ୍ଭ କରିବେ । ବିନା ଧାଡ଼ିରେ ଘରେ ବସି ଯେକୌଣସି ବିଭାଗର ଡାକ୍ତରଙ୍କୁ ଦେଖାଇବା ପାଇଁ ପଞ୍ଜୀକରଣ କରିବାର ସୁବିଧା ଉପଲବ୍ଧ ହେବ ବୋଲି ଡ. ରାଉତ କହିଛନ୍ତି ।