ମେ’ ୪ରେ ବିରୋଧୀଙ୍କ ଢିଙ୍କିଆ ଗସ୍ତ
ଢିଙ୍କିଆ : ସରକାରଙ୍କ କମ୍ପାନୀ ପ୍ରିତିକୁ ବିରୋଧ କରି ଆସନ୍ତା ମେ ୪ ତାରିଖରେ ବିରୋଧୀଙ୍କ ଢିଙ୍କିଆ ଗସ୍ତ । ଏହି ଗସ୍ତ ବେଳେ କମିଟି ସଭ୍ୟମାନେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରାଇବେ । ଏହି କମିଟିରେ ରହିଛନ୍ତି ଚାରିଦେଶ ସଂହତି ମଞ୍ଚର ସଭାପତି ରବି ଦାସ,ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ସିପିଆଇ ନେତା ଅଭୟ ସାହୁ, ସିପିଆଇଏମର ନେତା ଜଗନ୍ନାଥ ମିଶ୍ର, ଆମ ଆଦମୀ ପାର୍ଟିର ରଙ୍ଗାଚରଣ ପ୍ରଧାନ, ସିପିଆଇଏମଏଲ ନେତ୍ରୀ ପ୍ରମିଳା ବେହେରା ପ୍ରମୁଖ । ଢିଙ୍କିଆ ଚାରିଦେଶରେ ଜିନ୍ଦଲ କମ୍ପାନୀର ନିର୍ମାଣକୁ ଶାନ୍ତିପୂର୍ଣ୍ଣ ବିରୋଧ କରୁଥିବା ସ୍ଥାନୀୟ ଲୋକଙ୍କୁ ପୋଲିସ ମିଛ ମାମଲାରେ ଛନ୍ଦି ହଇରାଣ କରୁଛି ।
ଏପରିକି ମହିଳା ଓ ଶିଶୁ ମାନେ ମଧ୍ୟ ଏହି ସରକାରୀ ଅତ୍ୟାଚାରରୁ ବର୍ତ୍ତୁ ନାହାନ୍ତି । ସ୍ୱଚ୍ଛ ନିର୍ମଳ ଶାସନର ନାରା ଦେଉଥିବା ରାଜ୍ୟ ସରକାରଙ୍କ କମ୍ପାନୀ ପ୍ରିତିକୁ ବିରୋଧ କରି ରାଜ୍ୟବ୍ୟାପି ଆନ୍ଦୋଳନ କରାଯିବା ସହ ସଂହତି ଦିବସ ପାଳନ କରଯିବ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ମେ ୪ ତାରିଖରେ ବିରୋଧିଙ୍କ ଢିଙ୍କିଆ ଗସ୍ତ । ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ କମିଟି । ସରକାରଙ୍କ କମ୍ପାନୀ ପ୍ରିତିକୁ ବିରୋଧ କରି ରାଜ୍ୟବ୍ୟାପି ଆନ୍ଦୋଳନ ସହ ସଂହତି ଦିବସ ପାଳନ କରିବ ମଞ୍ଚ ।