ଆନ୍ଧ୍ରରେ ପେଥାଇ ତାଣ୍ଡବ, ଜଣେ ମୃତ, ବ୍ୟାପକ କ୍ଷୟକ୍ଷତି

0


ଓଡ଼ିଶାଫାଷ୍ଟ (ବ୍ୟୁରୋ)-ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପେଥାଇ ଆଜି ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲାରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି । ପେଥାଇ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଗଛ ଉପୁଡ଼ି ପଡ଼ିବା ସହ ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଥିବା ଦେଖାଯାଇଛି । ଏହାଫଳରେ କେତେକ ଘର ଓ କାର୍‌ ମଧ୍ୟ ଭାଙ୍ଗିଛି । ତେବେ ଆନ୍ଧ୍ର କାଟ୍ରେନିକୋନା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏବେ ବି ପ୍ରବଳ ବର୍ଷା ଓ ପବନ ଜାରି ରହିଥିବାରୁ କ୍ଷୟକ୍ଷତିର ଠିକ ଆକଳନ କରାଯାଇପାରିନାହିଁ। ପେଥାଇର ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ଆଜି ଆନ୍ଧ୍ର ପ୍ରଦେଶର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଥିଲା । ଭୂସ୍ପଳନ ଯୋଗୁଁ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସ୍ଥିତି ସମୀକ୍ଷା କରୁଥିବା ରାଜ୍ୟ ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପେଥାଇ ଲ୍ୟାଣ୍ଡଫଲ କରିବା ସମୟରେ ପ୍ରବଳ ବର୍ଷା ହୋଇଥିଲା। ଏହି କାରଣରୁ ବିଜୟୱାଡାରେ ମାଟି ଅତଡ଼ା ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୮୦ରୁ ୧୦୦ କିମି ରହିଥିଲା। ନ୍ୟାଶନାଲ ଏବଂ ଷ୍ଟେଟ ବିପର୍ଯ୍ୟୟ ରିଲିଫ ଟିମ ଓ ୧୦ ହଜାର କର୍ମଚାରୀ ସମସ୍ତ ପ୍ରକାରର ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ।

Leave a comment