ରିଲାଏନ୍ସକୁ ୧୯ ଟ୍ରିଲିୟନ ମାର୍କେଟ୍ କ୍ୟାପ୍
ନୂଆଦିଲ୍ଲୀ : ପ୍ରଥମ ଭାରତୀୟ କମ୍ପାନୀ ଭାବରେ ଏକ ମାଇଲଖୁଣ୍ଟ ହାସଲ କରିଛି ରିଲାଏନ୍ସ । ବୁଧବାର ଦେଶର ପ୍ରଥମ କମ୍ପାନୀ ଭାବରେ ୧୯ ଟ୍ରିଲିୟନ ବା ୧୯ ଲକ୍ଷ କୋଟିର ମାର୍କେଟ୍ କ୍ୟାପ୍ ହାସଲ କରିଛି ରିଲାଏନ୍ସ । ଅଂଶଧନ ମୂଲ୍ୟରେ ବୃଦ୍ଧି ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରଚିଛି ଇତିହାସ ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଂଶଧନ ମୂଲ୍ୟ ୧.୮୫ ଅଭିବୃଦ୍ଧି ସହିତ ୨୮୨୭.୧୦ ଟଙ୍କାରେ ପହଞ୍ଚିଥିଲା । ଏହି ମୂଲ୍ୟ ବୃଦ୍ଧି ସହିତ ରିଲାଏନ୍ସର ମାର୍କେଟ୍ କ୍ୟାପ୍ ୧୯,୧୨,୮୧୪ କୋଟିରେ ପହଞ୍ଚିଛି । ବିଗତ ବର୍ଷ ଅକ୍ଟୋବର ୧୩ ତାରିଖରେ ରିଲାଏନ୍ସ ୧୭ ଲକ୍ଷ କୋଟିରେ ପହଞ୍ଚିଥିବା ବେଳେ ମାର୍ଚ୍ଚ ମାସରେ ଏହା ୧୮ ଲକ୍ଷ କୋଟି ଛୁଇଁଥିଲା ।