ଗଜପତି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫ଟି ସଚିବ ଭି.କେ.ପାଣ୍ଡିଆନ
ଗଜପତି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗଜପତି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ.ପାଣ୍ଡିଆନ ଓ ଜଳସମ୍ପଦ ସଚିବ ଅନୁ ଗର୍ଗ । ଗଜପତି ଜିଲ୍ଲା ଗସ୍ତ କରି ଛେଳିଗଡ ଜଳସେଚନ (ଜଳବିଦ୍ୟୁତ)ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କରିବା ସହ ଟନେଲ କାମ ଅନୁଧ୍ୟାନ କହିଛନ୍ତି l
ଖବର ଅନୁଯାୟୀ, ସକାଳ ୭.୪୦ରେ ହେଲିକପ୍ଟରରେ କୁଆଁପଡ଼l ଗାଁ ନିକଟରେ ଅସ୍ଥାୟୀ ହେଲିପେଡରେ ଅବତରଣ ପରେ ନିକଟରେ ନିର୍ମାଣାଧୀନ ଟନେଲକୁ ଯାଇଥିଲେ l ଆସନ୍ତା ୨୦୨୪ ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ନିର୍ମାଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୬୨୬୦ ହେକ୍ଟରରୁ ଅଧିକ ଜମିକୁ ଜଳସେଚନ ହୋଇପାରିବ l
୧୨ ଶହ ମିଟର ଟନେଲ କାମ ହେବାକୁ ଥିବା ବେଳେ ବର୍ତ୍ତମାନ ପ୍ରାୟ ୨ ଶହ ମିଟର କାମ ସରିଛି l ଆସନ୍ତା ଅକ୍ଟୋବର ସୁଦ୍ଧା ଟନେଲ କାମ ସାରିବା ପାଇଁ ଲକ୍ଷ ରଖାଯାଇଛି l ଡ୍ୟାମ କାମ ମଧ୍ୟ ଚାଲିଛି l ଡ୍ୟାମ କାମ ନସରିଥିଲେ ମଧ୍ୟ ଟନେଲ କାମ ସରିଲେ ଖୁବ୍ ଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା କରାଯିବ ବୋଲି ମୂଖ୍ୟ ଶାସନ ସଚିବ କହିଛନ୍ତି l