ଶିଖ୍-ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତାଙ୍କୁ ଆଜୀବନ ଜେଲଦଣ୍ଡାଦେଶ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୯୮୪ ଶିଖ୍-ବିରୋଧୀ ଦଙ୍ଗା ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଏହାସହ ଦିଲ୍ଲୀ ହାଇକୋର୍ଟ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ।

ସୂଚନା ଅନୁଯାୟୀ, ପୂର୍ବରୁ ୧୯୮୪ ଶିଖ୍-ବିରୋଧୀ ଦଙ୍ଗା ମାମଲାରେ ଟ୍ରାଏଲ୍ କୋର୍ଟରେ ୫ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ସଜ୍ଜନ କୁମାର କ୍ଲିନଚିଟ ପାଇଥିଲେ । ଏହି ଶୁଣାଣିକୁ ନେଇ ସିବିଆଇ ଦିଲ୍ଲୀ ହାଇକୋର୍ଟ ରେ କେସ ଫାଇଲ କରିଥିଲା । ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍ ଅଞ୍ଚଳରେ ୫ ଜଣଙ୍କୁ ହତ୍ୟା କରାଯାଇଥିବା ଘଟଣା ସହ ଏହି ମାମଲା ସମ୍ପୃକ୍ତି ଥିବା ସିବିଆଇ ପକ୍ଷରୁ ଅଭିଯୋଗ ହୋଇଥିଲା । ବିଚାରପତି ଏସ୍ ମୁରଲୀଧର ଏବଂ ବିନୋଦ ଗୋଏଲଙ୍କ ଖଣ୍ଡପୀଠ ଆଜି ଏହି ମାମଲାରେ ଶୁଣାଣି କରି ସଜ୍ଜନ କୁମାରଙ୍କୁ ଆଜୀବନ ଜେଲଦଣ୍ଡାଦେଶ ରେ ଦଣ୍ଡିତ କରିଛନ୍ତି ।

ପୂର୍ବରୁ ଟ୍ରାଏଲ୍ କୋର୍ଟ ଏହି ମାମଲାରେ ପୂର୍ବତନ କଂଗ୍ରେସ ଅବସରପ୍ରାପ୍ତ ନୌସେନା କପ୍ତାନ, ଭଗମାଲ କାଉନସିଲର୍ ବଲଓ୍ଵାନ୍ ଖୋଖାର ଏବଂ ଗିରିଧାରୀ ଲାଲଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେବା ସହ ପୂର୍ବତନ ବିଧାୟକ ମହେନ୍ଦର ଯାଦବ ଏବଂ କିଷନ୍ ଖୋଖରଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଥିଲେ ।

Leave a comment