ରାଜ୍ୟର ୧୧ ସହର ତାପମାତ୍ରା ୪୩ ଟପିଲା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ହେଉଛି ନିଆଁ ବର୍ଷା । ୪ସହର ତାପମାତ୍ରା ୪୪ ଡିଗ୍ରୀ ପାର କରିଥିବା ବେଳ ୧୧ ସହର ତାପମାତ୍ରା ୪୩ ଡିଗ୍ରୀ ପାର କଲାଣି । ଜନଜୀବନ ଅସ୍ତବ୍ୟସ୍ତ ହେଲାଣି । ମିଳୁନି ତାତିରୁ ନିସ୍ତାର । ସେହିପରି ୨୪ଟି ସହର ତାପମାତ୍ରା ୪୦ ଡିଗ୍ରୀ ପାର କଲାଣି । ଆଜି ୪୪.୫ ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ସହର ପାଲଟିଛି।
ସେହପରି ଅନୁଗୁଳରେ ୪୪.୧ ଡ଼ିଗ୍ରୀ, ବଲାଙ୍ଗୀର ଏବଂ ଝାରସୁଗୁଡ଼ାରେ ତାପମାତ୍ରା ୪୪ ଡ଼ିଗ୍ରୀ ରେକର୍ଡ କରାଯାଇଛି।