ଦେଢ଼ କିଲୋମିଟର ଚାଲି ପୁରୀ ଅଭିମୁଖେ ଯାତ୍ରା କଲେ ସାଂସଦ ଅପରାଜିତା

0

ପୁରୀ, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆକାଶରୁ ହେଉଥାଏ ଅଗ୍ନି ବର୍ଷା । ପ୍ରଶାସନର ବାରଣ ସତ୍ତ୍ୱେ ଭୁବନେଶ୍ୱର ସାଂସଦ ଅପରାଜୀତା ଷଢଙ୍ଗୀ ଦେଢ଼ କିଲୋମିଟର ଚାଲି ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ଘଟଣା ଥିଲା କିଛି ଏହି ପ୍ରକାର ର, ସମର୍ଥକଙ୍କ ସହ ଅପରାଜିତା ମ୍ୟାଡ଼ମ ପୁରୀ ଯାଉଥିବା ବେଳେ ଚନ୍ଦନପୁର କାଠପୋଲ ନିକଟରେ ପୋଲିସ ତାଙ୍କୁ ଅଟକାଇଥିଲା । ହେଲେ ସେ ମହାପ୍ରଭୂଙ୍କୁ ଦର୍ଶନ କରିବାକୁ ଚାହୁଁଛନ୍ତି କହିବା ପରେ ମଧ୍ୟ ପୋଲିସ ତାଙ୍କୁ ଗାଡ଼ି ନେବାକୁ ଅନୁମତି ଦେଇନଥିଲା । ଫଳରେ ସେ ଚାଲି ଚାଲି ଯିବେ ବୋଲି କହିଥିଲେ । ତେବେ ତାଙ୍କ ସହିତ ସେ କେବଳ ୫ଜଣଙ୍କୁ ନେବାକୁ ପୋଲିସ ଅନୁମତି ପ୍ରଦାନ କରିବା ପରେ ପ୍ରାୟ ଦେଢ଼ କିଲୋମିଟର ସାଂସଦ ଚାଲି ପୁରୀ ଅଭିମୁଖେ ଯାତ୍ରା କରିଥିଲେ । ଏହାପରେ ପ୍ରଶାସନ ସେମାନଙ୍କ ସମର୍ଥକ ଓ ଗାଡିରେ ଯିବାକୁ ଅନୁମତି ଦେଇଥିଲା । ସେମାନେ ଗାଡିରେ ମେଡିକାଲ ଛକ ପର୍ଯ୍ୟନ୍ତ ଯିବା ପରେ ସେଠାରେ ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି ।

ପୁରୀ ଗସ୍ତ ବେଳେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚନ୍ଦନପୁର କାଠପୋଲ ନିକଟରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ‘ପଦଯାତ୍ରା ପାଇଁ ଅନୁମତି ମଗା ଯାଇନଥିଲା କିନ୍ତୁ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ନେବାର କୌଣସି ଦରକାର ନାହିଁ । ଯଦି ସରକାର ସତମାର୍ଗରେ ଅଛନ୍ତି, ତାହେଲେ ଏତେ ଡର କାହିଁକି? ଯଦି କିଛି ଲୁଚାଇବାର ନାହିଁ ସରକାର ଭୟ କାହିଁକି କରୁଛନ୍ତି? ମୁଁ କେବଳ ଶ୍ରୀମନ୍ଦିର ସୁରକ୍ଷା କଥା କହିଛି, ମୋର ଯାହା କହିବାର କଥା ଲୋକସଭାରେ କହି ସାରିଛି । ଏହା ବିଜେପିର ଦଳୀୟ କାର୍ଯ୍ୟକ୍ରମ ନୁହେଁ, ସବୁ ଦଳର ଲୋକ ମୋ ସହିତ ଆସିଛନ୍ତି ।

ସେହିପରି ସେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ କରି କହିଛନ୍ତି, କାହିଁକି ହାଉସ୍‌ କମିଟି ଶ୍ରୀମନ୍ଦିର ତଦାରଖ ପାଇଁ ଆସି ନାହାନ୍ତି? ଏଏସଆଇ ଅନୁମତି ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ହେଉଛି କି ବୋଲି ପଚାରିଛନ୍ତି । ନିଷିଦ୍ଧାଂଚଳରେ ୩୦ ଫୁଟ ଗାତ ଖେଳିବାକୁ କିଏ ଅନୁମତି ଦେଲା ଏବଂ କେଉଁ ଇଞ୍ଜିନିୟର ଓ ବିଶେଷଜ୍ଞ ଗାତ ପାଇଁ ଅନୁମତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ।

ଅପରପକ୍ଷରେ ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ବିପକ୍ଷବାଦୀଙ୍କୁ ରାଲି କରିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇନାହିଁ । ତା’ସହିତ ସପକ୍ଷବାଦୀଙ୍କୁ ମଧ୍ୟ ଦୀପଦାନ କରିବାକୁ ଅନୁମତି ମିଳିନାହିଁ । ଏଭଳି ସ୍ଥିତିରେ ଅପରାଜୀତା ଷଢଙ୍ଗୀ ଜଗନ୍ନାଥ ପ୍ରେମୀକୁ ନେଇ ବଡଦାଣ୍ଡରେ ଶୋଭାଯାତ୍ରାରେ ଯିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି ।

Leave a comment