ଅପ୍ରେଲ୍ ୨୮ରୁ +୨ ବାର୍ଷିକ ପରୀକ୍ଷା

ଦକ୍ଷିଣାଞ୍ଚଳରେ ଅଛନ୍ତି ୬୩, ୧୫୬ ପରୀକ୍ଷାର୍ଥୀ

0

ବ୍ରହ୍ମପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ୨0୨୨ ମସିହା ବାର୍ଷିକ ପରୀକ୍ଷା ଆସନ୍ତା ଅପ୍ରେଲ୍ ୨୮ ତାରିଖରୁ ଆରମ୍ଭ ହେଉଛି l ସକାଳ ୯ଟା ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ । ରାଜ୍ୟର ଏହି ମହତ୍ତ୍ୱପୂର୍ଣ୍ଣ ପରୀକ୍ଷା ମେ’ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ l ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାପୂର୍ଣ୍ଣ, ସ୍ୱଚ୍ଛ ଓ କପିମୁକ୍ତ କରିବା ଦିଗରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି l କଡ଼ା ସୁରକ୍ଷା ଓ ସିସି-କ୍ୟାମେରା ମଧ୍ୟରେ ସଂଚାଳିତ ହେବାକୁ ଥିବା ଏହି ପରୀକ୍ଷାକୁ ଅବାଧ, ତ୍ରୁଟିଶୂନ୍ୟ ଓ ସମ୍ପୂର୍ଣ୍ଣ କପିମୁକ୍ତ କରିବା ଲକ୍ଷ୍ୟରେ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି l

ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନରେ ଥିବା ଆଠଟି ଜିଲ୍ଲା, ଯଥା : ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଥିବା ସର୍ବମୋଟ ୪୫ଟି ‘ପରୀକ୍ଷା ପରିଚାଳନା ହବ୍’ (ଇ.ଏମ୍.ଏଚ୍.) ଅଧୀନରେ ୧୯୮ଟି ପରୀକ୍ଷା କେନ୍ଦ୍ର ରହିଛି l ପରୀକ୍ଷା ଆରମ୍ଭ ହେବାର ଅନ୍ୟୂନ ଦୁଇରୁ ତିନି ଘଣ୍ଟା ପୂର୍ବରୁ ହବ୍ କେନ୍ଦ୍ରରୁ ସାଧାରଣ ପରୀକ୍ଷା କେନ୍ଦ୍ରକୁ ଜଣେ ପର୍ଯ୍ୟବେକ୍ଷକ, ଦୁଇ ଜଣ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ସହିତ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପଠାଯିବ ଏବଂ ପରୀକ୍ଷା ସରିବା ପରେ ସମ୍ପୃକ୍ତ ପର୍ଯ୍ୟବେକ୍ଷକ ସିଲ୍ଡ଼ ଉତ୍ତରଖାତା ପ୍ୟାକେଟ୍ ହବ୍ ଷ୍ଟ୍ରଙ୍ଗ୍ ରୁମରେ ଆଣି ଦାଖଲ କରିବେ l ଚଳିତ ବର୍ଷ ଦକ୍ଷିଣାଞ୍ଚଳରେ +୨ ବାର୍ଷିକ ପରୀକ୍ଷା ନିମନ୍ତେ କଳାରେ ୪୩୫00, ବିଜ୍ଞାନରେ ୧୫୧୨୭, ବାଣିଜ୍ୟରେ ୩୭0୬ ଓ ଧନ୍ଦାମୂଳକ ଶିକ୍ଷାରେ ୮୨୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l

ଗଞ୍ଜାମ ଜିଲ୍ଲାରେ ୧୬ଟି ହବ୍ ଓ ୭୨ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୧୭୨୬୪, ବିଜ୍ଞାନରେ ୮୧୪୨, ବାଣିଜ୍ୟରେ ୧୬0୮, ଧନ୍ଦାମୂଳକ ଶିକ୍ଷାରେ ୨୪୬ ଓ ପତ୍ର ବିନିମୟ ପାଠ୍ୟକ୍ରମରେ କଳା ଓ ବାଣିଜ୍ୟରେ ମିଶି ୨୪୮ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ଗଜପତି ଜିଲ୍ଲାରେ ୪ଟି ହବ୍ ଓ ୧୫ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୩0୪୬, ବିଜ୍ଞାନରେ ୭୩୧, ବାଣିଜ୍ୟରେ ୯0, ଧନ୍ଦାମୂଳକ ଶିକ୍ଷାରେ ୧୧୩ ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୩୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l
କୋରାପୁଟ ଜିଲ୍ଲାରେ ୬ଟି ହବ୍ ଓ ୨୫ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୫୧୭୮, ବିଜ୍ଞାନରେ ୧୯୪୭, ବାଣିଜ୍ୟରେ ୬୭୮, ଧନ୍ଦାମୂଳକ ଶିକ୍ଷାରେ ୧୭୨ ଓ ପତ୍ର ବିନିମୟ ପାଠ୍ୟକ୍ରମରେ କଳା ଓ ବାଣିଜ୍ୟରେ ମିଶି ୩୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ମାଲକାନଗିରି ଜିଲ୍ଲାରେ ୩ଟି ହବ୍ ଓ ୧୪ଟି ପରୀକ୍ଷା କେନ୍ଦ୍ର ରହିଛିl ଏହି ଜିଲ୍ଲାରେ କଳାରେ ୨୪୨୧, ବିଜ୍ଞାନରେ ୮୨୧, ବାଣିଜ୍ୟରେ ୧୮୪, ଧନ୍ଦାମୂଳକ ଶିକ୍ଷାରେ କେହି ନାହାନ୍ତି ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୭୫ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରେ ୩ଟି ହବ୍ ଓ ୨0ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୩୭୫୯, ବିଜ୍ଞାନରେ ୧୨୯୩, ବାଣିଜ୍ୟରେ ୩୩୬, ଧନ୍ଦାମୂଳକ ଶିକ୍ଷାରେ କେହି ନାହାନ୍ତି ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୪୬ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ରାୟଗଡ଼ା ଜିଲ୍ଲାରେ ୫ଟି ହବ୍ ଓ ୧୮ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୩୩୮୭, ବିଜ୍ଞାନରେ ୧୫୩୫, ବାଣିଜ୍ୟରେ ୫୭୬, ଧନ୍ଦାମୂଳକ ଶିକ୍ଷାରେ ୮0 ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୭୩ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l

ସେହିପରି ବୌଦ୍ଧ ଜିଲ୍ଲାରେ ୩ଟି ହବ୍ ଓ ୧0ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୨୬୨୯, ବିଜ୍ଞାନରେ ୧୫୨, ବାଣିଜ୍ୟରେ ୬, ଧନ୍ଦାମୂଳକ ଶିକ୍ଷାରେ ୭୪ ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୭0 ଜଣ ୨୪୮ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l କନ୍ଧମାଳ ଜିଲ୍ଲାରେ ୫ଟି ହବ୍ ଓ ୧୯ଟି ପରୀକ୍ଷା କେନ୍ଦ୍ର ରହିଛି l ଏହି ଜିଲ୍ଲାରେ କଳାରେ ୫୧୬୮, ବିଜ୍ଞାନରେ ୫0୬, ବାଣିଜ୍ୟରେ ୨୨୩, ଧନ୍ଦାମୂଳକ ଶିକ୍ଷାରେ ୧୩୮ ଓ ପତ୍ର ବିନିମୟ ପାଠ୍ୟକ୍ରମରେ କେବଳ କଳାରେ ୭୭ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ଜଣାପଡ଼ିଛି l

Leave a comment