ବେଲଜିୟମ୍ ହେଲା ବିଶ୍ୱ ଚମ୍ପିୟାନ, ଫାଇନାଲ ମ୍ୟାଚରେ ସଚିନଙ୍କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୁଷ ହକି ବିଶ୍ୱକପ ୨୦୧୮ ଟାଇଟଲ୍ ହାସଲ କଲା ବେଲଜିୟମ୍ । ରୋମାଞ୍ଚକର ଫାଇନାଲରେ ନେଦରଲାଣ୍ଡକୁ ହରାଇ ଇତିହାସ ରଚିଲା ବେଲଜିୟମ୍ । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ୱକପ ଫାଇନାଲ ମ୍ୟାଚରେ ବେଲଜିୟମ୍-ନେଦରଲାଣ୍ଡ ମଧ୍ୟରେ ଜବରଦସ୍ତ ଟକ୍କର ହୋଇଥିଲା ।
ସେହିପରି ଦେଶରେ କ୍ରିକେଟ ର ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକର କଳିଙ୍ଗ ଷ୍ଟାଡିଅମ ରେ ପହଞ୍ଚିଥିଲେ । ସଚିନ ସ୍ୱତନ୍ତ୍ର ଅତିଥି ଭାବରେ ପୁରୁଷ ବିଶ୍ୱକପ ହକି ର ଫାଇନାଲ ମ୍ୟାଚ ରେ ଯୋଗଦେଇ ହକି ପ୍ରେମୀଙ୍କ ଉତ୍ସାହ କୁ ଦ୍ୱିଗୁଣିତ କରିଥିଲେ । ସେ ଏକ ସ୍ୱତନ୍ତ୍ର ବିମାନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡା ସୁୂରକ୍ଷା ବଳୟ ମଧ୍ୟରେ ସିଧାସଳଖ କଳିଙ୍ଗ ଷ୍ଟାଡିୟମ କୁ ନିଆଯାଇଥିଲା । ସେଠାରେ କ୍ରୀଡା ବିଭାଗ ପକ୍ଷରୁ ସଚିନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଉଦଯାପନୀ ମ୍ୟାଚ ରେ କୌଣସି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନଥାଇ ମଧ୍ୟ ସଚିନ ଙ୍କ ଉପସ୍ଥିତ ସବୁ କମି କୁ ପୁରାକରିଦେଇଥିଲା । ଦର୍ଶକ ସଚିନ ଙ୍କୁ ପାଖରୁ ଦେଖି ଖୁବ ଉତଫୁଲ୍ଲିତ । ସଚିନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶି ଲାଲ ଙ୍କ ସହ ବସି ଫାଇନାଲ ମ୍ୟାଚ କୁ ଉପଭୋଗ କରିଥିଲେ ।
ସୂଚନା ଅନୁଯାୟୀ, ସଚିନ ନବୀନଙ୍କ ଟ୍ୱିଟ ଦ୍ୱାରା କରାଯାଇଥିବା ନିମନ୍ତ୍ରଣ କୁ ସଚିନ ସ୍ୱୀକାର କରିବା ସହ ବିଶ୍ୱକପ ହକିର ବିଶ୍ୱ ସ୍ତରୀୟ ଆୟୋଜନ କୁ ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଖୁବ ପ୍ରଶଂସା କରିଥିଲେ । ସେ ଓଡିଶା ଆସିବା ନେଇ ଟ୍ୱିଟ୍ କରିବା ପରେ ନବୀନ ତାଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଥିଲେ ।