ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଲେ ଜଷ୍ଟିସ ନରିମାନ୍

0

ନୂଆଦିଲ୍ଲୀ : ସୋସିଆଲ ଓ ଡିଜିଟାଲ ମିଡିଆ ଯୁଗ ସହ ତାଳ ଦେଇ ଚାଲିବାକୁ ବର୍ତ୍ତମାନ ସମାଜର ସବୁବର୍ଗର ଲୋକେ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ପ୍ରସଙ୍ଗରେ ନିଜକୁ ସାମିଲ କରିଛନ୍ତି ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରୋହିନଟନ୍ ଫଲି ନରିମାନ୍ । ଜଷ୍ଟିସ ନରିମାନ୍ ଏପ୍ରିଲ ୧୬ରେ ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଛନ୍ତି । ଏହାର ନାମ ‘ଜଷ୍ଟିସ ନରିମାନ୍ ଅଫିସିଆଲ ଚ୍ୟାନେଲ’ ରଖାଯାଇଛି ।

ଆଇନ ବିଦ୍ୟାଠାରୁ ଆରମ୍ଭ କରି ଇତିହାସ, ଧର୍ମ, ସଙ୍ଗୀତ, ଆଧ୍ୟାତ୍ମିକ ଇତ୍ୟାଦି ପ୍ରସଙ୍ଗରେ ଜଷ୍ଟିସ ନରିମାନ୍ ଦେଇଥିବା ବକ୍ତବ୍ୟର ୪୮ଟି ଭିଡିଓକୁ ଅପ୍ଲୋଡ କରାଯାଇଛି । ସୋମବାର ସୁଦ୍ଧା ଏହି ଚ୍ୟାନେଲର ଦର୍ଶକ ସଂଖ୍ୟା ୧ ଲକ୍ଷ ୩୭ ହଜାର ଛୁଇଁଥିବା ଜଣାପଡିଛି । ସୁପ୍ରିମକୋର୍ଟ ଇତିହାସରେ କୌଣସି ବିଚାରପତି ପ୍ରଥମ ଥର ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଥିବା କୁହାଯାଇଛି । ଦୀର୍ଘ ୭ ବର୍ଷ କାର୍ଯ୍ୟ କରିବାପରେ ଜଷ୍ଟିସ ନରିମାନ୍ ୨୦୨୧ ଅଗଷ୍ଟ ୧୨ରେ ସୁପ୍ରିମକୋର୍ଟ ବିଚାରପତି ପଦରୁ ଅବସର ଗ୍ରହଣ କରିଥିଲେ ।

Leave a comment