ଗୋଟିଏ ପରିବାରର ୭ ସଦସ୍ୟ ଜୀଅନ୍ତା ଜଳିଗଲେ
ଲୁଧିଆନା: ଗୋଟିଏ ପରିବାରର ଜୀଅନ୍ତା ଜଳିଗଲେ ୭ ଜଣ ସଦସ୍ୟ। ନିଆଁରେ ପୋଡ଼ି ହୋଇ ସମସ୍ତ ୭ ଜଣ ଜୀବନ୍ତ ଦଗ୍ଦ ହୋଇଛନ୍ତି। ପଞ୍ଜାବ ଲୁଧିଆନା ଟିବା ରୋଡ୍ ନିକଟରେ ଏହି ଅଭାବନୀୟ ଘଟଣା ଘଟିଛି। ବଡ଼ଧରଣ ଅଗ୍ନିକାଣ୍ଡ ଘଟି ସବୁ କିଛି ଛାରଖାର ହୋଇଯାଇଛି। ବୁଧବାର ସକାଳେ ଏହି ଘଟଣା ଘଟିଛି।
ମୃତକଙ୍କ ମଧ୍ୟରେ ୫ ଜଣ ଶିଶୁ ଅଛନ୍ତି। ପୂର୍ବ ଲୁଧିଆନାର ଏସିପି ସୁରିନ୍ଦର ସିଂହ କହିଛନ୍ତି ଯେ, ମୃତକମାନେ ହେଉଛନ୍ତି ପ୍ରବାସୀ ଶ୍ରମିକ। ସେମାନେ ଟିବା ରୋଡ଼ ନିକଟସ୍ଥ ମ୍ୟୁନ୍ସିପାଲଟିର ବର୍ଯ୍ୟବସ୍ତୁର ଡମ୍ପିୟାର୍ଡ଼ ନିଟକରେ କୁଡ଼ିଆରେ ରହୁଥିଲେ। ତେବେ ଅଗ୍ନିକାଣ୍ଡ ଯୋଗୁ ସବୁ ଜଳିଯାଇଛି। ଟିବା ପୁଲିସ ଅଧିକାରୀ ମୃତକମାନଙ୍କୁ ଚିହ୍ନଟ କରିଛନ୍ତି । ଏମାନେ ହେଉଛନ୍ତି ଗୋଟିଏ ପରିବାରର ବାପା ମା’ ସହ ୫ ଜଣ ପିଲା। ମୃତକମାନଙ୍କର ନାଁ ଜଣାପଡ଼ି ନାହିଁ। ସେହିପରି କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ। ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ସମସ୍ତ ମୃତଦେହକୁ ଉଦ୍ଧାର କରିଛି ।