କଟକ ମାଲଗୋଦାମରୁ ନକଲି ସର୍ଫ ଜବତ
କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଟକରୁ ପୁଣି ନକଲି । ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ନକଲି ଡିଟରଜେଣ୍ଟ । କଟକ ରେଳ ଷ୍ଟେସନରୁ ନକଲି ଡିଟରଜେଣ୍ଟ ଜବତ ହୋଇଛି । ମାଲଗୋଦାମ ଥାନା ପକ୍ଷରୁ ଚଢାଉ କରାଯାଇ ଏହାକୁ ଜବତ କରିଛି ପୋଲିସ । ପ୍ରାୟ ସାଢେ ତିନି ଟନ୍ ନକଲି ଡିଟରଜେଣ୍ଟ ଜବତ ହୋଇଛି ।
ସର୍ଫ ଏକ୍ସେଲର ରାପ ଲଗାଇ ତିଆରି ହେଉଥିଲା ଏହି ନକଲି ଡିଟରଜେଣ୍ଟ । ପ୍ରତାପନଗରୀ, ମାହାଙ୍ଗା, ଟାଙ୍ଗୀ ଅଞ୍ଚଳରୁ ଏସବୁକୁ ଜବତ ହୋଇଛି । ଏଥିରେ ଜଣଙ୍କୁ ଅଟକ ରଖିଛି ପୋଲିସ। ତିନି ଚାରି ମାସ ତଳେ କାମ ଆରମ୍ଭ ହୋଇଥିଲା । ଟାଙ୍ଗୀ ଥାନା ବ୍ରାହ୍ମଣପଡ଼ାରେ Manufacturing ୟୁନିଟ ଥିଲା ବୋଲି ଜଣାପଡ଼ିଛି । ପୂର୍ବରୁ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ପନୀର,ଘିଅ, ଧୂପକାଠି, ଟମାଟୋ ସସ୍ , ଚିଲି ସସ୍ , ତମାଖୁ, ସିମେଣ୍ଟ ଆଦିର ନକଲି ଜିନିଷ ଜବତ ହୋଇଥିଲା ।