ରାଜ୍ୟରେ କରୋନା ସଂକ୍ରମଣର ୪ର୍ଥ ଲହର ଆଶଙ୍କା -ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢ଼ିବା ପରେ ସଜାଗ ହେଲେ ରାଜ୍ୟ ସରକାର । ରାଜ୍ୟରେ ବହୁତ କମ ପଜିଟିଭ ଚିହ୍ନଟ ହୋଇଛନ୍ତି । ୭ରୁ ୮ ଜିଲ୍ଲାକୁ ଛାଡ଼ି ଦେଲେ ବାକି ସବୁ ଜିଲ୍ଲାରେ କେସ ନାହିଁ । ତେଣୁ ଆତଙ୍କିତ ହେବାର ନାହିଁ ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲା ମାନଙ୍କୁ କୁହାଯାଇଛି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମ ରାଜ୍ୟରେ ବହୁତ କମ ପଜେଟିଭ ବାହାରୁଛି । ୭ ରୁ ୮ ଜିଲ୍ଲାକୁ ଛାଡି ଦେଲେ ବାକି ସବୁ ଜିଲ୍ଲାରେ କେସ ନାହିଁ । ତେଣୁ ଆମର ସେପରି ଆତଙ୍କିତ ହେବା ପରି ସ୍ଥିତି ନାହିଁ। ତଥାପି ସେପରି କିଛି ପରିସ୍ଥିତି ହେଲେ ବା ଲକ୍ଷ୍ୟ ରଖି ସତର୍କ ରହିବା ପାଇଁ ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦେଇଛୁ । ସମସ୍ତେ ସତର୍କ ଦୃଷ୍ଟି ରଖିବାକୁ ଜିଲ୍ଲାମାନଙ୍କୁ କୁହାଯାଇଛି । ଆଇସିଏମଆର ଗାଇଡ଼ଲାଇନ ଅନୁଯାୟୀ ଟେଷ୍ଟ ବଢାଯାଉଛି। କ୍ଲଷ୍ଟର ଆଉଟ ବ୍ରେକ ଯେଉଁଠି ହେଉଛି ତାହା ଉପରେ ତୀକ୍ଷଣ ନଜର ରଖିବାକୁ କୁହାଯାଇଛି । ହାଇ ରିକ୍ସ ପପୁଲେସନ ଉପରେ ନଜର ରଖାଯାଇଛି ।