ଚାଣକ୍ୟ ନୀତି:ଗୋଟିଏ ଗୁଣଵାନ ପୁରୁଷକୁ ସ୍ତ୍ରୀ ଓ ଧନ ମଧ୍ୟରେ କେଉଁଟିକୁ ବାଛିବା ଉଚିତ ଜଣାନ୍ତୁ

0

ଶାସ୍ତ୍ର ର ମହତ୍ୱ ଆମ ଜୀବନ ଉପରେ ଅନେକ ମାତ୍ରାରେ ପଡିଥାଏ l ଯାହାକୁ ନେଇ ଆମେ ନିଜର ଜୀବନ ର ପ୍ରତିଟି କ୍ଷଣକୁ ସଠିକ ଭାବରେ ପରିଚାଳିତ କରିଥାଉ l ଆଜିର ଚାଣକ୍ୟ ନୀତି ସ୍ତ୍ରୀ ଓ ଧନ କୁ ନେଇ ଆଲୋଚିତ ହୋଇଛି l ଯେଉଁଠି ଆମେ ନିଜ ଜିବନର ଗୁରୁତ୍ୱପୂର୍ଣ ଦାୟିତ୍ୱ ତୁଲାଇ ଥାଉ ଉଭୟ ଙ୍କୁ ମହତ୍ୱ ଦେଇ l ତଥାପି ଆମେ ଜାଣି ରଖିବା ଉଚିତ ଏହି ୨ଟି ମଧ୍ୟରୁ କେଉଁଟି ମୂଲ୍ୟବାନ l

– ଶାସ୍ତ୍ର ଅନୁସାରେ ଦୁଷ୍ଟ,ବ୍ୟଭିଚାରିଣୀ ସ୍ତ୍ରୀର ପାଳନ ପୋଷଣ କରିବା ଧନ ର ନଷ୍ଟ ହେବା ସାଙ୍ଗରେ ସମାନ ଅଟେ l ସେହିଭଳି ଦୁଃଖୀ ବ୍ୟକ୍ତି ସହିତ ସମ୍ପର୍କ ରଖିବା ଦ୍ୱାରା ବୁଦ୍ଧିମାନ ବ୍ୟକ୍ତିକୁ କଷ୍ଟ ଉଠାଇ ବାକୁ ପଡିଥାଏ l

– ଦୁଖୀ ବ୍ୟକ୍ତି ସହିତ ଯଦି ଆପଣ ସମ୍ପର୍କ ରଖୁଛନ୍ତି ତାହା ଦ୍ୱାରା ଆପଣଙ୍କ ଧନ ର ଅପବ୍ୟୟ ହୋଇଥାଏ, ସେହିଭଳି ଦୂରାଚାରିଣୀ ନାରୀ ସହିତ ସମ୍ବନ୍ଧ ରଖିବା ମଧ୍ୟ ହେଉଛି ଧନର ଅପବ୍ୟବହାର l

– କଦାପି ଜଣେ ସଜ୍ଜନ ବ୍ୟକ୍ତି ଦୁଷ୍ଟନାରୀ, ଦୁଷ୍ଟ ସ୍ୱଭାବର ଚାକର ସହିତ କଦାପି ଗୋଟିଏ ସ୍ଥାନରେ ବାସ କରିବା ଉଚିତ ନୁହେଁ, ଏହା କେବଳ ବିଷାକ୍ତ ସର୍ପ ସହିତ ବାସ କରିବା ସାଙ୍ଗରେ ସମାନ ହୋଇଥାଏ l

– ଯେଉଁ ବ୍ୟକ୍ତି ଆପଣଙ୍କ ସାମ୍ନା ରେ କଠୋର କଥା କହି ଠିକ ଓ ଭୁଲ ର ଶିକ୍ଷା ଦେଇଥାଏ ସେଭଳି ବ୍ୟକ୍ତି ସମ୍ପୂର୍ଣ ସଠିକ ଅଟେ l

– ଯେଉଁ ଘରେ ଦୁଷ୍ଟ ନାରୀ ବାସ କରିଥାଏ ସେହି ଘରେ ଗୃହ ସ୍ୱାମୀର ଅବସ୍ଥା ଗୋଟିଏ ମୃତକ ବ୍ୟକ୍ତି ସମାନ ଅଟେ l

– ଯେଉଁ ଚାକର ଆପଣଙ୍କୁ ଓଲଟାଇ ଜବାବ ଦେଇଥାଏ ସେଭଳି ବ୍ୟକ୍ତି ଆପଣଙ୍କ ଜୀବନ ପ୍ରତି ବିପଦ ଆଣିପାରେ l ସେହିଭଳି ବିପଦ ପୁର୍ଣ ଜୀବନ ହୋଇଯାଏ ଯେପରି ସାପ ସହିତ ବାସ କରିବା ହୋଇଥାଏ l

Leave a comment