ଭାରତକୁ ବିଶ୍ୱରେ ପ୍ରତିଷ୍ଠିତ କରିବାରେ ଆମ୍ବେଦକରଙ୍କ ଭୂମିକା ଅତୁଳନୀୟ

ସୋଆ ପକ୍ଷରୁ ଶ୍ରଦ୍ଧାଞ୍ଜଳି

0

ଭୁବନେଶ୍ୱର : ଭାରତ ରତ୍ନ ଡକ୍ଟର ବି.ଆର୍. ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ତାଙ୍କ ସ୍ମୃତିଚାରଣ କରାଯିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ଅବସରରେ ଗୁରୁବାର ସୋଆରେ ଆୟୋଜିତ ଏକ ସ୍ମୃତି ସଭାରେ ବକ୍ତାମାନେ ଡକ୍ଟର ଆମ୍ବେଦରଙ୍କ ଗୁଣଗାନ କରିଥିଲେ ।

ସୋଆର ଏନ୍ଏସ୍ଏସ୍ ୱିଙ୍ଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର କହିଥିଲେ ଯେ ଯଦିଓ ସେ ଦଳିତ ପରିବାରରୁ ଆସିଥିଲେ ମଧ୍ୟ ସାରା ବିଶ୍ୱରେ ଭାରତକୁ ପ୍ରତିଷ୍ଠିତ କରିବାରେ ତାଙ୍କର ଅନେକ ଭୂମିକା ରହିଥିଲା ।
ଭାରତୀୟ ସମ୍ବିଧାନକୁ ବିଶ୍ୱର ଶ୍ରେଷ୍ଠ ସମ୍ବିଧାନ ବୋଲି ଅଭିହିତ କରି ପ୍ରଫେସର ମହାପାତ୍ର କହିଥିଲେ ଯେ ଆମ ସମ୍ବିଧାନରେ ଆଇନ୍କାନୁନ୍, ନ୍ୟାୟ, ସମାନତା ଏବଂ ସଚ୍ଚୋଟତା ସମ୍ମିଳିତ ହୋଇ ରହିଛି । ସୋଆ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ କହିଥିଲେ ଯେ ଦଳିତ ହେବା ଯୋଗୁଁ ସମାଜରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଭାରତୀୟ ସମ୍ବିଧାନର ପ୍ରଣେତା ଭାବେ ନିଜକୁ ପ୍ରତିପାଦିତ କରିପାରିଛନ୍ତି । ଦେଶକୁ ଆଗେଇ ନେବାରେ ଭାରତୀୟ ସମ୍ବିଧାନ ଏବଂ ଡକ୍ଟର ଆମ୍ବେଦକରଙ୍କ ପ୍ରଚେଷ୍ଟାକୁ ଆମେ ସମ୍ମାନ ଦେବା ଉଚିତ୍ ବୋଲି ପ୍ରଫେସର ଆଚାର୍ଯ୍ୟ କହିଥିଲେ ।
ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ଲ’ର ପ୍ରଫେସର ଜୟଦେବ ପତି କହିଥିଲେ ଯେ ଅନେକ ସମୟରେ ଆମେ ଆମ ସମ୍ବିଧାନକୁ ଅମାନ୍ୟ କରୁଛୁ । ଏହାର ଖିଲାଫ୍ କରୁଛୁ ଏହା ଅନୁଚିତ୍ ବୋଲି ସେ କହିଥିଲେ । ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ହୋଟେଲ୍ ମ୍ୟାନେଜମେଣ୍ଟର ଡିନ୍ ତଥା ଉପଦେଷ୍ଟା ପ୍ରଫେସର ଶିତିକଣ୍ଠ ମିଶ୍ର ଏବଂ ଭେଟେନାରୀ ସାଇନ୍ସ ଆଣ୍ଡ ଆନିମଲ୍ ହଜବ୍ୟାଣ୍ଡ୍ରିର ଡିନ୍ ପ୍ରଫେସର ବ୍ରହ୍ମଦେବ ପଟ୍ଟନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର କଣ୍ଟ୍ରୋଲର ଅଫ୍ ଏଗ୍ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଆଇଟିଇଆର୍ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ୟୁନିଭର୍ସିଟି ଆଉଟ୍ରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା, ଆଡିସ୍ନାଲ୍ ଡିନ୍ (ରିସର୍ଚ୍ଚ) ଡକ୍ଟର ପ୍ରିୟବ୍ରତ ପଟ୍ଟନାୟକ, ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ପି.କେ. ପଣ୍ଡା ଓ ବରିଷ୍ଠ କର୍ମକର୍ତ୍ତା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ୟୁନିଭର୍ସିଟି ଆଉଟ୍ରିଚ୍ ପ୍ରୋଗ୍ରାମର ମ୍ୟାନେଜର ସୁଜାତା ପାଢ଼ୀ ଧନ୍ୟବାଦ ଦେଇଥିଲେ ।

Leave a comment