କାରଖାନାରେ ଅଗ୍ନିକାଣ୍ଡ; ୬ ମୃତ, ୧୨ ଗୁରୁତର

0

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଏକ ରାସାୟନିକ କାରଖାନାରେ ଭୟାବହ ଅଗ୍ନିକଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି କି ନାଇଟ୍ରିକ୍ ଏସିଡ ଲିକ୍ ଯୋଗୁ ଏପରି ଅଗ୍ନିକାଣ୍ଡ ଘଟିଛି । ସୂଚନା ମୁତାବକ ପଶ୍ଚିମ ଗୋଦାବରୀ ଜିଲ୍ଲାର ଏକ୍କ୍ରିରେଡିଗୁଡେମରେ ଏହି ଅଘଟଣ ହୋଇଛି । ମୃତକ ୬ଜଣଙ୍କ ମଧ୍ୟରୁ ୪ଜଣ ବିହାରର ଥିବା ସୂଚନା ମିଳିଥିବା ବେଳେ ଏବେ ସୁଦ୍ଧା ଅନ୍ୟ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇପାରିନାହିଁ ।

ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଗୁରୁତରଙ୍କ ପାଇଁ ୫ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବା ନେଇ ଘୋଷଣା ହୋଇଛି । ତାହା ସମସ୍ତ ଘଟଣା ଉପରେ ନଜର ରଖିବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a comment