କଇଁଛ ମୁଦି ଲଗାଇବା ପୂର୍ବରୁ ଜାଣି ରଖନ୍ତୁ ଏସବ କାମ ନହେଲେ ମାଡ଼ିଆସିବ ଘୋର ବିପତି
ଜୀବନରେ ଦେଖା ଯାଉଥିବା କେତେକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାସ୍ତୁ ଉପଚାର ଆପଣା ଯାଇଥାଏ। ତେବେ ଜୀବନରେ ଦେଖା ଯାଉଥିବା ବାସ୍ତୁ ସମସ୍ୟାର ନିରାକରଣ ପାଇଁ କେତେକ ବାସ୍ତୁବିତ୍ କଇଁଛ ପ୍ରତିମା ପୂଜା କରିବା ବା ଲଗେଇବା ପାଇଁ ପରାମର୍ଶ ଦେଇଥାନ୍ତି। ଏହା ଦ୍ଵାରା ଘରର ନକାରାତ୍ମକ ସ୍ଥିତିକୁ ଦୂରେଇ ଦେଇ ସକାରାତ୍ମକ ସ୍ଥିତି ଆଣିପାରେ ବୋଲି ବସ୍ତୁରେ କୁହାଯାଏ। କେବଳ ଭାରତ ନୁହେଁ ଚୀନ ଫେଙ୍ଗାସୁଇ ଅନୁସାରେ କଇଁଛ ମୁଦି ପିନ୍ଧି ଆପଣମାନେ ନିଜ ଭାଗ୍ୟରେ ଥିବା ସମସ୍ତ ସମସ୍ୟାକୁ ଦୂରେଇ ଦେଇପାରିବେ । ତେବେ କଇଁଛ ମୁଦି ଲଗାଇବା ଦ୍ଵାରା ଅନେକ ଲାଭ ମିଳିଥାଏ ସତ୍ କିନ୍ତୁ ଏହାକୁ ଲଗେଇବା ପାଇଁ କେତେକ ସ୍ଵତନ୍ତ୍ର ନିୟମ ରହିଛି। ଏହି ନିୟମ ଅନୁଯାୟୀ କାର୍ଯ୍ୟ କଲେ ଉତ୍ତମ ଫଳ ମିଳେ ନଚେତ୍ ଓଲଟା ଫଳ ହୋଇଥାଏ। ତେବେ ଆସନ୍ତୁ ସେ ବିଷୟରେ ଜାଣିବା
– ଯଦି କୌଣସି ବ୍ୟକ୍ତିଙ୍କର ଆତ୍ମବିଶ୍ଵାସ କମ ହେଉଛି। ତେବେ କଇଁଛ ମୁଦି ଧାରଣ କଲେ ନିଜ ଭିତରେ ଆତ୍ମବିଶ୍ଵାସ ବଢିଥାଏ ଏବଂ ନିଜ ଜୀବନରେ ଆଗକୁ ବଢିପାରିବେ ବୋଲି କୁହାଯାଏ ।
-କଇଁଛ ଥିବା ମୁଦି ପିନ୍ଧିଲେ ମଣିଷ ମନରେ ଥିବା ନକାରାତ୍ମକ ଚିନ୍ତାଧାରା ଦୂର ହୋଇଥାଏ । ଯଦି କୌଣସି ବ୍ୟକ୍ତି ସବୁବେଳେ ନିଜ ମନରେ ନକାରାତ୍ମକ ଚିନ୍ତାଧାରା ଆଣୁଛନ୍ତି ତେବେ କଇଁଛ ମୁଦି ଧାରଣ କରନ୍ତୁ। ଏହି ମୁଦିକୁ ଧାରଣ କରିବା ଦ୍ଵାରା ମଣିଷ ମନରେ ସକାରାତ୍ମକ ଚିନ୍ତାଧାରା ଆସିଥାଏ ।
– କଇଁଛକୁ ଶାନ୍ତିପ୍ରିୟ ଓ ଧର୍ଯ୍ୟଶୀଳ ପ୍ରାଣୀ ଭାବେ ବିବେଚନା କରାଯାଏ। ତେଣୁ ଯେଉଁ ବ୍ୟକ୍ତି କଇଁଛ ମୁଦି ଧାରଣ କରିଥାନ୍ତି ସେ ସର୍ବଦା ଶାନ୍ତ ଓ ଧର୍ଯ୍ୟବାନ ମଣିଷ ହୋଇଥାଏ ବୋଲି କୁହାଯାଏ । ଯେଉଁ ବ୍ୟକ୍ତିଙ୍କର ଧର୍ଯ୍ୟ ଶକ୍ତି କମ ଥାଏ ସେମାନେ ମଧ୍ୟ ଏହି କଇଁଛ ମୁଦି ପିନ୍ଧିବା ଉଚିତ ।
ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ମୁଦି ପିନ୍ଧିବା ବେଳେ କେତେକ ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । କଇଁଛ ମୁଦି ରୂପା ଛଡା ଅନ୍ୟ କୌଣସି ଧାତୁରେ ହେବା ଉଚିତ୍ ନୁହେଁ।
– ବାସ୍ତୁଶାସ୍ତ୍ର ଅନୁସାରେ କଇଁଛ ମୁଦିକୁ ଡାହାଣ ହାତରେ ପିନ୍ଧିବା ଉଚିତ । ଏହି ମୁଦିକୁ ଭୁଲରେ ବି ବାମ ହାତରେ ଧାରଣ କରିବେ ନାହିଁ, ଓଲଟା ଫଳ ମିଳିବ।
– କଇଁଛ ମୁଦିକୁ ନିଜର ମଝି ଆଙ୍ଗୁଠିରେ ପିନ୍ଧିବା ଉଚିତ । ଏହାଛଡା ମୁଦିଟିକୁ ଅନ୍ୟ କୌଣସି ଆଙ୍ଗୁଠିରେ ବ୍ୟବହାର କରିବେ ନାହିଁ। ଏଭଳି କଲେ ସମସ୍ୟା ହୋଇପାରେ ।
– କଇଁଛ ମୁଦି ଧାରଣ କରିବାବେଳେ ତାର ମୁହଁର ଦିଗ ଉପରେ ଧ୍ୟାନ ଦେବା ଜରୁରୀ। କଇଁଛର ମୁହଁ ନିଜ ମୁହଁର ସାମନ ପଟେ ରହିବା ଉଚିତ। ଯଦି କଇଁଛର ମୁହଁ ବାହାରକୁ ରହେ ତେବେ କୌଣସି ଲାଭ ମିଳିନଥାଏ ।
– ସେହିଭଳି ଶୁକ୍ରବାର ଲକ୍ଷ୍ମୀଙ୍କ ଦିନରେ ଏହି ମୁଦିଟିକୁ ଧାରଣ କରିବା ଉଚିତ। ପ୍ରଥମେ ସ୍ନାନ କରି ତା ପରେ ଗଙ୍ଗାଜଳ ଓ କ୍ଷୀରରେ ମୁଦିଟିକୁ ଧୋଇ ତାହାକୁ ଧାରଣ କରିଲେ ଭଲ ଫଳ ମିଳିଥାଏ ।