ଲିପଷ୍ଟିକ୍ ଝିଅଙ୍କ ପାଇଁ କେତେ ଜରୁରୀ

0

ଝିଅମାନେ ମେକ୍ଅପ୍ ନବା ପାଇଁ ବହୁତ ପସନ୍ଦ କରନ୍ତି । ସେଥିପାଇଁ ସେମାନେ ମେକଅପ୍ କିଟ ପାଖରେ ରଖିଥାନ୍ତି । ଲିପଷ୍ଟିକ୍ ହେଉଛି ମେକଅପର କେନ୍ଦ୍ରବିନ୍ଦୁ । । କାରଣ ଲିପଷ୍ଟିକ୍ ବିନା ମେକଅପ ଅଧୁରା । ସଠିକ୍ ଲିପଷ୍ଟିକ୍ ନଲଗେଇଲେ ପୁରା ଲୁକ୍ ଖରାପ ହୋଇଯାଏ । ସେଥିପାଇଁ ସଠିକ୍ କଲର ବାଛିବା ଜରୁରୀ।

ଲିପଷ୍ଟିକର ସଠିକ୍ କଲର ଚେହେରାରେ ଉଜ୍ଜ୍ୱଳତା ଆଣିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ଆପଣ ଆପଣଙ୍କର ମେକଅପ୍ କିଟ୍ ରେ କେଉଁ କଲର ରଖିଛନ୍ତି । ଉଜ୍ଜ୍ୱଳ ଲାଲ କିମ୍ବା ଗୋଲାପୀ ରଙ୍ଗର ଲିପଷ୍ଟିକ୍ ଚେହେରାରେ ଏକ ନୂଆ ଲୁକ ଦେବ ।
ଯଦି ଆପଣ କିଛି ହଟ୍ ଲୁକ୍ ଚାହୁଁଛନ୍ତି ତେବେ କୋକୋ ଟୋନ୍ ଲିପଷ୍ଟିକ୍ ବାଛନ୍ତୁ । ଏହା ଆପଣକୁ ଏକ ୟୁନିକ ଲୁକ ଦେବାରେ ସାହାଯ୍ୟ କରିବ ।
ଯଦି ଆପଣ ଲିପଷ୍ଟିକ୍ କମ୍ ଲଗାଇବା ପାଇଁ ପସନ୍ଦ କରନ୍ତି, ଲିପଷ୍ଟିକ୍ ଲଗାଇବା ପୂର୍ବରୁ ଲିପ୍ ବାଲ୍ ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ଆପଣଙ୍କୁ ଚମକଦାର ଲୁକ ଦେବାରେ ସାହାଯ୍ୟ କରିବ ।

Leave a comment