ରିୟଲମି-୯ ଓ ଜିଟି ପ୍ରୋର ବଜାର ପ୍ରବେଶ
ନୂଆଦିଲ୍ଲୀ : ଅଗ୍ରଣୀ ଟେକ୍ନୋଲୋଜି ବ୍ରାଣ୍ଡ, ରିୟଲମି ପକ୍ଷରୁ ଏହାର ସ୍ମାର୍ଟଫୋନ- ରିୟଲମି ଜିଟି୨ପ୍ରୋ ଓ ପ୍ରିମିୟମ ଫ୍ଲାଗସିପ ଏବଂ ୧୦୮ ଏମପି ପ୍ରୋଲାଇଟ କ୍ୟାମେରା ସହିତ ରିୟଲମି ୯ର ବଜାର ପ୍ରବେଶ କରାଇଛି । ଏହି ବ୍ରାଣ୍ଡ ଅର୍ନ୍ତଗତ ଏହାର ଟେକଲାଇଫ ଇକୋସିଷ୍ଟମ ଅଫର ସହିତନୂତନ ଆକର୍ଷଣୀୟ ଉତ୍ପାଦ ତଥା ରିୟଲମି ବଡସ ଏୟାର୩, ରିୟଲମି ବୁକ ପ୍ରାଇମ ଏବଂ ରିୟଲମି ସ୍ମାର୍ଟ ଟିଭି ଷ୍ଟିକର ଶୁଭାରମ୍ଭ ମଧ୍ୟ ହୋଇଛି ।
ରିୟଲମି ଜିଟି ୨ପ୍ରୋ, ଏକ ପ୍ରିମିୟମ ଫ୍ଲାଗସିପ ଫୋନ୍ ଯେଉଁଥିରେ ବାୟୋ-ବେସ୍ଡ ପଲିମର ପେପର ଓ ଟେକ ମାଷ୍ଟର ଡିଜାଇନ ରହିଛି । ଏହା ସହିତ ବିଶ୍ୱର ପ୍ରଥମ ୨କେ ଫ୍ଲାଟ ଆମୋଲେଡ ଡିସପ୍ଲେ ଏବଂ୧୫୦ ଡିଗ୍ରୀ ଅଲଟ୍ରା-ୱାଇଡ କ୍ୟାମେରା ବୈଶିଷ୍ଟ୍ୟ ସହିତ ଟ୍ରିପଲ-କ୍ୟାମେରା ସେଟଅପ ରହିଛି । ଏହି ଫ୍ଲାଗସିପ୍ ଫୋନର ସେଲ୍ ୧୪ଏପ୍ରିଲ ମଧ୍ୟାହ୍ନ ୧୨ଠାରୁ ଫ୍ଲିପକାର୍ଟ ଏବଂ ରିୟଲମି.କମରେ ଉପଲବ୍ଧ ହେବ । ରିୟଲମି୯ ୧୦୮ଏମପି ପ୍ରୋଲାଇଟ କ୍ୟାମେରା ସହିତ ବିଶ୍ୱର ପ୍ରଥମ ଏକମାତ୍ର ସ୍ମାର୍ଟଫୋନ । ଏହାର ମୂଲ୍ୟ ୧୭,୯୯୯ ଏବଂ ୧୮,୯୯୯ ରହିବ । ରିୟଲମି ୯ର ପ୍ରଥମ ସେଲ ମଙ୍ଗଳବାର ମଧ୍ୟାହ୍ନ ୧୨ରୁ ଫ୍ଲିପକାର୍ଟ ଏବଂ ରିୟଲମି.କମରେ ଆରମ୍ଭ ହୋଇଛି ।