ଯୋଡ଼ାରେ ଥମୁନି ଉତ୍ତେଜନା: ୧୪୪ ଧାରା ଜାରି

0

ଯୋଡ଼ା: କେନ୍ଦୁଝର ଯୋଡାରେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା । ବିଳମ୍ବିତ ରାତିରେ ପୁଣି ପଥର ମାଡ଼ କଲେ ଦୁଇ ଗୋଷ୍ଠୀ । ଯୋଡ଼ା ୭ ନମ୍ବର ୱାର୍ଡରେ ପୋଲିସ-ଜନତା ମୁହାଁମୁହିଁ ହୋଇଛନ୍ତି । ପୋଲିସ ଗାଡ଼ି ସହ ଦମକଳ ଗାଡ଼ି ବି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ । ଆଜି ବି ପୂରା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି ।
ଜାରି ରହିଛି 144, ଗାଁରେ ମୁତୟନ ରହିଛନ୍ତି 16 ପ୍ଲାଟୁନ ଫୋର୍ସ । ଘଟଣାସ୍ଥଳରେ ତଦାରଖ କରୁଛନ୍ତି 2 ଅତିରିକ୍ତ ଏସପି । 4ନଂ ୱାର୍ଡ ବଜାର ଅଞ୍ଚଳରେ 2 ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ହୋଇଥିଲା । ରାମ ନବମୀରେ ଖଣ୍ଡା ଶୋଭାଯାତ୍ରାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ସେପଟେ ଶାନ୍ତି ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘନ ଘନ ବୈଠକ ମଧ୍ୟ ବସୁଛି ।

Leave a comment