ସାକ୍ଷ୍ୟ ଗ୍ରହଣ ପାଇଁ କୋର୍ଟରେ ଡି ବ୍ରଦର୍ସ ହାଜର

ଦୀପୁ ଓ ଓମ୍‌ ହତ୍ୟା ଘଟଣା

0

କଟକ : କୋର୍ଟରେ ହାଜର ହେଲେ ଡି ବ୍ରଦର୍ସ। କଟକ ଜିଲ୍ଲା ଦୌରା ଜଜ କୋର୍ଟରେ ହାଜର ହୋଇଛନ୍ତି ସୁଶୀଲ ଓ ସୁଶାନ୍ତ ଧଳ ସାମନ୍ତ। ଦୀପୁ ମଲ୍ଲିକ ଓ ଓମ୍‌ ସ୍ୱାଇଁ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ପାଇଁ ଦୁଇ ଭାଇଙ୍କୁ ହାଜର କରାଯାଇଥିଲା।
୨୦୧୩ ନଭେମ୍ବର ମାସରେ ଦୀପୁ ଓ ଓମ୍‌ଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ ଧଳ ବ୍ରଦର୍ସଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ଦର୍ଶାଇଥିଲା। ତେଣୁ ତଦନ୍ତକାରୀ ଅଧିକାରୀ ଇନିସପେକ୍ଟର ରଶ୍ମୀ ମହାପାତ୍ର ଏହି ମାମଲାରେ ସାକ୍ଷ୍ୟ ପ୍ରଦାନ ପାଇଁ ଅଦାଲତରେ ହାଜର ହୋଇଥିଲେ । ଆସନ୍ତାକାଲି ମାମଲାର ପୁଣି ଶୁଣାଣି ହେବା ସହ ସାକ୍ଷ୍ୟ ଗ୍ରହଣ କରାଯିବ।

Leave a comment