ଛାତ୍ରୀଙ୍କ ଉଠବସ୍ ଘଟଣା: ଗଣଶିକ୍ଷା ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

0

ପାଟଣାଗଡ଼ : ପାଟଣାଗଡ ବାପୁଜି ହାଇସ୍କୁଲରେ ଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସିତ ହେବା ଘଟଣା। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ପାଟଣାଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସାଦ ମାଝିଙ୍କୁ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ପ୍ରାର୍ଥନା ନକରିବାରୁ କାନ ଧରି ଉଠବସ କରାଇଲେ ଶିକ୍ଷକ । ଫଳରେ ବେହୋସ୍ ହୋଇଗଲେ ୭ ଜଣ ଛାତ୍ରୀ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ସୁନାମୁଦି ସ୍ଥିତ ବାପୁଜୀ ହାଇସ୍କୁଲରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।

ସୂଚନା ଅନୁସାରେ, ଆଜି ସକାଳ ୭ଟା ସମୟରେ ସୁନାମୁଦି ବାପୁଜି ବାଳିକା ହାଇସ୍କୁଲରେ ପ୍ରତିଦିନ ଭଳି ପ୍ରାର୍ଥନା ହେଉଥିଲା । ହେଲେ କିଛି ଛାତ୍ରୀ ପ୍ରାର୍ଥନା ସମୟରେ ବିଳମ୍ବରେ ପହଞ୍ଚିଥିଲେ । ଭୂଗୋଳ ଶିକ୍ଷକ ବିକାଶ ଧରୁଆ ଛାତ୍ରୀମାନଙ୍କୁ ରାଗି ଯାଇ ଶହେ ଥର କାନ ଧରି ଉଠବସ୍ ହେବା ପାଇଁ କହିଥିଲେ । ଫଳରେ ୭ ଛାତ୍ରୀ ବେହୋସ ହୋଇ ତଳେ ପଡିଯାଇଥିଲେ । ପରେ ସେମାନଙ୍କୁ ପାଟଣାଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a comment