ଭାରତୀୟ ଷ୍ଟାର୍ଟଅପ୍ ନିବେଶ ଛୁଇଁଲା ୧୦୦ କୋଟି ଡଲାର
ନୂଆଦିଲ୍ଲୀ : ଭାରତୀୟ ଷ୍ଟାର୍ଟଅପ୍ ଇଣ୍ଡଷ୍ଟ୍ରୀ ପାଇଁ ଖୁସିଖବର । କ୍ରମାଗତ ତୃତୀୟ ତ୍ରୈମାସିକରେ ଭାରତୀୟ ଷ୍ଟାର୍ଟଅପ୍ରେ ନିବେଶ ୧୦୦ କୋଟି ଡଲାର ଛୁଇଁଛି । ୨୦୨୨ର ପ୍ରଥମ ତ୍ରୈମାସ ରିପୋର୍ଟ ଅନୁସାରେ ଚଳିତ ବର୍ଷ ୧୪ଟି କମ୍ପାନୀ ୟୁନିକର୍ଣ୍ଣର ମାନ୍ୟତା ହାସଲ କରିଛନ୍ତି । ଏହା ସହିତ ଦେଶରେ ସମୁଦାୟ ୟୁନିକର୍ଣ୍ଣ କମ୍ପାନୀର ମୂଲ୍ୟ ୮୪ରେ ପହଞ୍ଚିଛି ।
ଚଳିତ କ୍ୱାର୍ଟରରେ ଷ୍ଟାର୍ଟଅପ୍ ଗୁଡିକରେ ୧୦.୮ ବିଲିୟନ୍ ଡଲାରର ନିବେଶ ହୋଇଥିବା ବେଳେ କ୍ରମାଗତ ୩ଟି କ୍ୱାର୍ଟରରେ ନିବେଶ ୧୦ ବିଲିୟନ୍ ଡଲାର ପାର କରିଛି । ଏହି ସମୟ ମଧ୍ୟରେ ସଫ୍ଟୱେୟାର ଷ୍ଟାର୍ଟଅପ୍ ଗୁଡିକ ସବୁଠୁ ଅଧିକ ନିବେଶକଙ୍କୁ ଆକୃଷ୍ଟ କରିଛି । ସଫ୍ଟୱେୟାରରେ ସର୍ବାଧିକ ୩.୫ ବିଲିୟନ୍ ଡଲାରର ନିବେଶ ହୋଇଛି । ଏହା ସହିତ ୧୪ଟି ୟୁନିକର୍ଣ୍ଣ ମଧ୍ୟରୁ ୫ଟି ସଫ୍ଟୱେୟାରରୁ ରହିଥିବା ଜଣାପଡିଛି ।