ଅନୁକୂଳ ହେଲା ରଥ କାଠ ଚିରା

0

କଟକ : ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ କାଠ ଚିରା କାର୍ଯ୍ୟ ଅନୁକୂଳ ହୋଇଛି । ଶ୍ରୀମନ୍ଦିର ନୀତି ପ୍ରଶାସକ ଆଜ୍ଞାମାଳ ନେଇ ସ୍ଥାନୀୟ ଖପୁରିଆସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡ୍ର କରତକଳ ଓ ଡିପୋରେ ପହଞ୍ôଚବା ପରେ ପୂଜାର୍ଚ୍ଚନା ସହ ରଥ କାଠ ଚିରଟ ଆରମ୍ଭ ହୋଇଥିଲା ।

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ୩ ଦିଅଁଙ୍କ ପାଇଁ ୩ଟି ରଥ ଯଥା ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ନିର୍ମାଣ ହୋଇଥାଏ। ଏହିସବୁ ରଥ ପାଇଁ କାଠ ଚିରଟ ଆରମ୍ଭ ହୋଇଛି । ରଥ କାଠ ଚିରଟ ପରେ ଆସନ୍ତା ଅକ୍ଷୟତୃତୀୟା ତିଥିରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏହି ପରିପ୍ରେକ୍ଷୀରେ ଆଜ୍ଞାମାଳ ପହଞ୍ôଚବା କ୍ଷଣି ପ୍ରଭୁ ଶ୍ରୀରାମଚନ୍ଦ୍ର ନାମ ସଂକୀର୍ତ୍ତନ ଦ୍ୱାରା ସ୍ୱାଗତ କରାଯିବା ସହ ରଥକାଠ ଚିରା ଆରମ୍ଭ ହୋଇଥିଲା ।

Leave a comment