ଷ୍ଟାର ଫିଲ୍ମ ଆୱାର୍ଡ-୨୦୨୨ :ଶ୍ୟାମଳେନ୍ଦ ଭଟ୍ଟାଚାର୍ଯ୍ୟଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

0

ଭୁବନେଶ୍ୱର : ଷ୍ଟାର ପରିବାର ପକ୍ଷରୁ ଦ୍ୱିତୀୟ ଷ୍ଟାର ଫିଲ୍ମ ପୁରସ୍କାର-୨୦୨୨ ଉତ୍ସବ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାର ଉତ୍ସବରେ ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାସ, ନବନିର୍ବାଚିତ ମେୟର ସୁଲୋଚନା ଦାସ, ସିନେ ସମୀକ୍ଷକ ଦିଲ୍ଲୀପ ହାଲି, ରମେଶ ବାରିକ, ଲୁଟୁ ମହାନ୍ତି, ଶ୍ରୀଧର ମାର୍ଥା ଏବଂ ରବି ପଣ୍ଡା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଚଳିତ ବର୍ଷ ହାସ୍ୟ ଅଭିନେତା ତଥା ନୃତ୍ୟ ନିର୍ଦ୍ଦେଶକ ଶ୍ୟାମଳେନ୍ଦ ଭଟ୍ଟାଚାର୍ଜଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା ।
ସେହିପରି ଶ୍ରେଷ୍ଠ ନାୟକ ଭାବେ ସ୍ୱରାଜ, ଜୁରି ଶ୍ରେଷ୍ଠ ନାୟକଭାବେ ଜ୍ୟୋତିରଞ୍ଜନ, ଶ୍ରେଷ୍ଠ ଲୋକପ୍ରିୟ ନାୟକ ସବ୍ୟସାଚୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅନ୍ୟପଟେ ଶ୍ରେଷ୍ଠ ନାୟିକା ଭାବେ ବର୍ଷା, ଶ୍ରେଷ୍ଠ ଜୁରି ନାୟିକାଭାବେ ଅର୍ଚ୍ଚିତା, ଲୋକପ୍ରିୟ ନାୟିକା ଭାବେ ଏଲିନା, ଶ୍ରେଷ୍ଠ ରୋମାଣ୍ଟିକ ଅଭିନେତ୍ରୀଭାବେ ଶିବାନୀ, ଲୋକପ୍ରିୟ ହାସ୍ୟ ଅଭିନେତାଭାବେ ପପୁ ପମ୍ପମ୍, ଶ୍ରେଷ୍ଠ ହାସ୍ୟ ଅଭିନେତାଭାବେ ପ୍ରଜ୍ଞା, ଶ୍ରେଷ୍ଠ ଖଳନାୟକଭାବେ ଶୁଭାଶିଷ, ଲୋକପ୍ରିୟ ଖଳନାୟକ ଭାବେ ରାଇମୋହନ, ଶ୍ରେଷ୍ଠ ନିର୍ଦେଶକଭାବେ ମୃତ୍ୟୁଞ୍ଜୟ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେର୍ଶକଭାବେ ପ୍ରେମାନନ୍ଦ, ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀଭାବେ ଦୀପ୍ତିରେଖା ପାଢୀ, ଶ୍ରେଷ୍ଠ ସଂଯୋଜକଭାବେ ବିଦ୍ୟୁତ ସେଠୀ ଏବଂ ପୁରୁଷ କଣ୍ଠଶିଳ୍ପୀଭାବେ କୁଲଦୀପ, ନିର୍ମଳ ନାୟକ ଓ ଅରୁଣ ମନ୍ତ୍ରୀଙ୍କ ସମେତ ବିନି ସାମଲଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Leave a comment