ଜାଣନ୍ତୁ, ମଲ୍ଲୀଫୁଲ ଦ୍ୱାରା ଉପକାର

0

ମଲ୍ଲୀଫୁଲ ତାର ବାସ୍ନା ସହିତ ଅନେକ ବେମାରୀ ପାଇଁ ଉପଯୋଗୀ ହୋଇଥାଏ। ଆୟୁର୍ବେଦ ଅନୁସାରେ ମଲ୍ଲୀଫୁଲ ସ୍ୱାଦରେ ପିତା ଓ କଷା। ଏହା କଫ ଓ ପିତ୍ତ ନାଶକ ହୋଇଥାଏ। ଆସନ୍ତୁ ଜାଣିବା ଏହାର ଉପକାର ବିଷୟରେ।

– ଚେହେରାରେ ନିୟମିତ ରୂପରେ ମଲ୍ଲୀଫୁଲର ରସ ଲଗାଇଲେ ଚମକ ଆସେ।
– ମଲ୍ଲୀଫୁଲର ଡ଼େମ୍ଫ ଓ ମିଶ୍ରୀ ସମାନ ପରିମାଣରେ ମିଶାଇ ଆଖିରେ ଲଗାଇଲେ କ୍ଲାନ୍ତି ଦୂର ହୁଏ।
– ମଲ୍ଲୀଫୁଲକୁ ବାଟି ଲେପ ତିଆରି କରି କୁଣ୍ଡେଇ ହେବା ବା ଆଲର୍ଜି ସ୍ଥାନରେ ଲଗାଇଲେ ସ୍କିନ୍କୁ ଆରାମ ମିଳିଥାଏ।
– ଅର୍ଶ ହୋଇଥିଲେ, ମଲ୍ଲୀ, ବର ଓ ଗିଲୋୟର ପତ୍ରକୁ ବାଟି ଶୁଣ୍ଠି, ସୈନ୍ଧବ ଲବଣ ଓ ଗୁଚ୍ଛ ସହିତ ପିଇଲେ ଲାଭ ମିଳିଥାଏ।
– ମୁଣ୍ଡ ବିନ୍ଧା ହେଉଥିଲେ ମଲ୍ଲୀଫୁଲର ଲେପକୁ ମୁଣ୍ଡରେ ଲଗାଇଲେ ମୁଣ୍ଡ ବିନ୍ଧା କମ୍ ହୋଇଥାଏ।
– ମଲ୍ଲୀଗଛର ପତ୍ରକୁ ମୁହଁରେ ରଖି ପାନ ପରି ଚୋବାଇଲେ ମୁହଁରେ ହୋଇଥିବା ଘା ଓ ଏହି ଅଙ୍ଗ ଦ୍ୱାରା ଯୋଡି ହୋଇଥିବା ସମସ୍ତ ରୋଗରୁ ମୁକ୍ତି ମିଳିଥାଏ।
– ମଲ୍ଲୀ ଗଛର ପତ୍ରକୁ ପେଷି ପିଇଲେ ପେଟରେ କୃମି ନଷ୍ଟ ହୋଇଯାଆନ୍ତି।

Leave a comment