ପରାଜୟ ପରେ ୨ ନେତା ହସ୍ପିଟାଲରେ ଭର୍ତ୍ତି

0


ଓଡ଼ିଶା ଫାଷ୍ଟ (ବ୍ୟୁରୋ): ନିର୍ବାଚନରେ ପରାସ୍ତ ହେବା ପରେ ନେତା ଦୁଃଖ ସହି ନ ପାରି ଅସୁସ୍ଥ ହେବା ଘଟଣା କଦବା କୋଚିତ ଘଟିଥାଏ । ତେଲେଙ୍ଗାନା ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଅସୁସ୍ଥ ହୋଇପଡିଛନ୍ତି ଦୁଇ ବରିଷ୍ଠ ନେତା । ପରାଜୟବରଣ କରିବା ପରେ ଏତେ ଭାଙ୍ଗିପଡିଛନ୍ତି ଯେ ଦୁଇ ନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି । ନାଲଗୋଣ୍ଡାରୁ ନିର୍ବାଚନ ଲଢୁଥିବା କଂଗ୍ରେସର କୋମାତରେଡ୍ଡୀ ଭେଙ୍କଟ ରେଡ୍ଡୀ ନିର୍ବାଚନରେ ଶୋଚନୀୟ ପରାସ୍ତ ହେବା ପରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ସେ ଟିଆରଏସ ପ୍ରାର୍ଥୀଙ୍କଠାରୁ ୮,୬୩୩ ଖଣ୍ଡ ଭୋଟରେ ହାରିିଯାଇଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହିପରି ଟିଆରଏସର ତୁମାଲା ନାଗେଶ୍ୱର ରାଓ ପଲାଇ ଆସନରୁ ନିର୍ବାଚନ ଲଢୁଥିଲେ । କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୭,୬୬୯ଖଣ୍ଡ ଭୋଟରେ ହାରିବା ପରେ ସେ ଅଚେତ ହୋଇପଡିଥିଲେ । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave a comment