ପୁଟିନ୍ କ୍ଷମତାରେ ରହିବାକୁ ଅଯୋଗ୍ୟ: ବାଇଡେନ୍

0

ୱାଶିଂଟନ: ୟୁକ୍ରେନ୍ ଉପରେ ଅଯଥାରେ ଯୁଦ୍ଧ ଜାରି ରଖିଥିବାରୁ ଆମେରିକା ବର୍ତ୍ତମାନ ରୁଷ୍ ଉପରେ ରକ୍ତ ଚାଉଳ ଚୋବାଉଛି । ରୁଷ୍ ବିରୋଧରେ ଏକାଧିକ କଟକଣା ଲାଗୁ କରିଥିବା ସତ୍ତ୍ୱେ ରୁଷ୍ ଆକ୍ରମଣରୁ ଓହରୁନଥିବାରୁ ଆମେରିକା ଚିନ୍ତିତ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଆନ୍ତର୍ଜାତିକ ସର୍କିଟ୍ରେ ଆମେରିକାର ଭାବମୂର୍ତ୍ତି ମଧ୍ୟ କ୍ଷୁଣ୍ଣ ହେବାରେ ଲାଗିଛି। ନିକଟରେ ପୋଲାଣ୍ଡ ଗସ୍ତରେ ଯାଇଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ପୁଟିନ୍ଙ୍କ ଭଳି ଜଣେ କଂସେଇ ପ୍ରବୃତ୍ତିର ବ୍ୟକ୍ତି ସର୍ବୋଚ୍ଚ କ୍ଷମତାରେ ରହିବାକୁ ସମ୍ପୂର୍ଣ୍ଣ ଅଯୋଗ୍ୟ । ରୁଷ୍ର ସବୁ ଚାଲ୍ ଭୁଲ ପ୍ରମାଣିତ ହେଉଥିବାବେଳେ ପୁଟିନ୍ ଜଣେ ଯୁଦ୍ଧ ଅପରାଧି ବୋଲି ବାଇଡେନ୍ କହିଛନ୍ତି ।

Leave a comment