ମାର୍ଚ୍ଚ ୨୮ ଓ ୨୯ରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦ

0

ନୂଆଦିଲ୍ଲୀ : ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦ। କେନ୍ଦ୍ର ସରକାରଙ୍କ କୃଷକ, ଶ୍ରମିକ ଓ ସାଧାରଣ ଜନତା ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଗୁଡ଼ିକ ଆସନ୍ତା ୨୮ ଓ ୨୯ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ବ୍ୟାଙ୍କ ୟୁନିୟନଗୁଡ଼ିକ ସମର୍ଥନ କରୁଥିବାରୁ ଏହି ଦୁଇଦିନ ବ୍ୟାଙ୍କ ବନ୍ଦ ରହିବ ।
ମାର୍ଚ୍ଚ ୨୨ରେ ଭାରତ ବନ୍ଦ ପାଇଁ ହୋଇଥିବା ପ୍ରସ୍ତୁତିର ସମୀକ୍ଷା ପାଇଁ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ପକ୍ଷରୁ ଏକ ବୈଠକ ଦିଲ୍ଲୀଠାରେ ବସିଥିଲା । ଏକ ବୈଠକ ପରେ ଟ୍ରେଡ ୟୁନିଅନଗୁଡ଼ିକ କହିଛନ୍ତି ଯେ ସେମାନେ କେନ୍ଦ୍ରର କର୍ମୀ ବିରୋଧୀ, କୃଷକ ବିରୋଧୀ, ସାଧାରଣ ଜନତା ବିରୋଧୀ ତଥା ଜାତୀୟ ବିରୋଧୀ ନୀତିକୁ ବିରୋଧ କରିବେ। ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡ଼ିକୁ ଘରୋଇକରଣ କରିବା ସହିତ ବ୍ୟାଙ୍କିଙ୍ଗ୍ ଆଇନ୍ ସଂଶୋଧନ ବିଲ୍ ୨୦୨୧ଭଳି ସରକାରଙ୍କ ଯୋଜନାକୁ ବିରୋଧ କରିବାକୁ ବ୍ୟାଙ୍କ ୟୁନିଅନଗୁଡ଼ିକ ବି ଏଥିରେ ଅଂଶଗ୍ରହଣ କରୁଛନ୍ତି।

Leave a comment