ପୌର ନିର୍ବାଚନ: ଇଭିଏମ୍ରେ ସିଲ୍ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର : ପୌର ନିର୍ବାଚନ ଭୋଟ୍ ଗ୍ରହଣ ସରିବା ପରେ ଆସନ୍ତାକାଲି ପୌର ନିର୍ବାଚନର ଭୋଟ ଗଣତି । ଇଭିଏମ୍ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ମଧ୍ୟରେ ରହିଛି ଇଭିଏମ୍ ।
ସୁଚନା ଅନୁସାରେ ସାରା ରାଜ୍ୟରେ ୬୫% ମତଦାନ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୫୦%, ବ୍ରହ୍ମପୁର ମହାନଗର ନିଗମରେ ୪୭% ଏବଂ କଟକ ମହାନଗର ନିଗମରେ ୬୫% ମତଦାନ ହୋଇଛି ବୋଲି ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି କମିଶନର୍ ।