ପୌର ନିର୍ବାଚନ: ଇିଭିଏମ ମେଶିନରେ ତ୍ରୁଟି କାରଣରୁ ମତଦାନରେ ବିଳମ୍ବ

0

ଭୁବନେଶ୍ୱର : ଆଜି ରାଜ୍ୟରେ କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ପୌର ନିର୍ବାଚନ । ସକାଳ ୮ ଟାରୁ ୫ ଟା ପର୍ଯ୍ୟନ୍ତ ଭୋଟ୍ ଜାରି ରହିବ । ତେବେ କିଛି ସ୍ଥାନରେ ଇଭିଏମ ମେଶିନ ତ୍ରୁଟି କାରଣରୁ ମତଦାନ ଆରମ୍ଭ ହୋଇପାରିନାହିଁ ।
କଟକ ସିଡିଏସ୍ଥିତ ଡିଏଭି ସ୍କୁଲ୍‌ରେ ୩୦ ଓ ୩୭ ନମ୍ବର ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଛି । ଇଭିଏମ ମେଶିନରେ ତ୍ରୁଟି ଦେଖାଦେବାରୁ ମତଦାନ ଆରମ୍ଭ ହୋଇପାରି ନାହିଁ । ସେହିଭଳି ଭୁବନେଶ୍ୱର ନୟାପଲ୍ଲୀରେ ଓ୍ୱାର୍ଡ ନମ୍ବର ୩୯ ଓ ୨୩ରେ ଇଭିଏମ୍ ମେସିନ୍‌ରେ ତ୍ରୁଟି ଦେଖାଦେବାରୁ ମତଦାନ ବାଧାପ୍ରାପ୍ତ ହୋଇଛି । ୪୭ ଟି ପୌରସଂସ୍ଥା, ୫୯ ଟି ଏନଏସି ଏବଂ ୩ ଟି ମ୍ୟୁନିସିପାଲିଟି କର୍ପୋରେସନ୍ ଯଥା କଟକ, ଭୁବନେଶ୍ୱର ଏବଂ ର୍ବହ୍ମପୁର ପାଇଁ ଅନୁଷ୍ଠିତ ଏହି ସହରାଞ୍ଚଳ ସ୍ଥାନୀୟ ନିର୍ବାଚନ ସମୟରେ ୪୦ ଲକ୍ଷରୁ ଅଧିକ ଭୋଟର ନିଜର ଭୋଟ୍ ଦେବେ।

Leave a comment