ପୌର ଭୋଟ୍: ପ୍ରସ୍ତୁତ ହେଲାଣି ବୁଥ୍, ଛକାପଞ୍ଝାରେ ସମର୍ଥକ

0

ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍ । ଜନତା ବାଛିବେ ଉପଯୁକ୍ତ ନେତା । ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରାର୍ଥୀଙ୍କ ମଧ୍ୟରେ ସେତିକି ଚିନ୍ତା ବଢ଼ିବାରେ ଲାଗିଛି । ନିୟମ ଅନୁସାରେ ଗତକାଲି ସଂଧ୍ୟାରୁ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ସରିଥିବା ବେଳେ ସଜାଗ ରହିଛନ୍ତି ପ୍ରାର୍ଥୀଙ୍କ ସମର୍ଥକ । କିଛି ପୌରାଞ୍ଚଳରେ ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟର ୩ଟି ମହାନଗର ନିଗମ ତଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ସହ ୪୭ଟି ପୌରପାଳିକା ଏବଂ ୫୯ଟି ଏନଏସିରେ ଆସନ୍ତାକାଲି ଭୋଟ ଗ୍ରହଣ ହେବ । ଭୋଟିଂ ପାଇଁ ଭୁବନେଶ୍ବରର ବିଜେପି କଲେଜରେ ସୁରକ୍ଷା ବଢ଼ାଇ ଦିଆଯାଇଛି । ଇଭିଏମ୍ ଗୁଡ଼ିକୁ ରଖାଯାଉଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଉଛି ରାଜଧାନୀ ଭୁବନେଶ୍ବରରେ ମେୟର ପ୍ରାର୍ଥୀଙ୍କୁ ନେଇ ଦେଖିବାକୁ ମିଳିଛି କଡ଼ା କସରତ । ୩ ପ୍ରମୁଖ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି ।
ନିର୍ବାଚନକୁ ଶୃଙ୍ଖଳାର ସହ ପରିଚାଳନା ପାଇଁ ୧୯୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଭୁବନେଶ୍ୱର ମହାନଗର ନିଗମ ପାଇଁ ୩୦ ପ୍ଲାଟୁନ ଫୋର୍ସ, କଟକ ମହାନଗର ନିଗମ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏହାବାଦ୍ ୩୦୦ ମୋବାଇଲ ପାର୍ଟି ରହିବେ। ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ରହିବେ। ପ୍ରତି ବୁଥ୍ରେ ଜଣେ ଲେଖାଏଁ ହାବିଲଦାର, ନଚେତ୍ କନଷ୍ଟେବଳ କିମ୍ବା ସଶସ୍ତ୍ର ପୁଲିସ ମୁତୟନ ରହିବେ।

Leave a comment