କାର୍‌ ଚଢ଼ାଇ ହତ୍ୟା ଉଦ୍ୟମ: ଜେଲ୍‌ଗଲେ ବିଧାୟକ ଜଗଦ୍ଦେବ

0

ଭୁବନେଶ୍ବର: ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ମାମଲାରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ଜେଲ୍‌ ଯିବାକୁ ପଡ଼ିଛି। ବାଣପୁର ଜେଏମ୍ଏଫସି କୋର୍ଟ ବିଧାୟକ ଜାମିନ୍ ଆବେଦନ ଖାରଜ କରିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି ।
ଗତ ୧୨ ତାରିଖରେ ବାଣପୁର ପଞ୍ଚାୟତ ସମିତି ନିର୍ବାଚନ ପାଇଁ ବିଜେପି ସମିତି ସଭ୍ୟ ଓ କର୍ମୀମାନେ ବ୍ଲକ୍‌ କାର୍ଯ୍ୟାଳୟ ଆଡ଼କୁ ଶୋଭାଯାତ୍ରାରେ ଯାଉଥିବାବେଳେ ବିଧାୟକ ଶ୍ରୀ ଜଗଦ୍ଦେବ ତାଙ୍କ ରେଞ୍ଜ ରୋଭର୍‌ ଗାଡ଼ିରେ ସେଠାରେ ପହଞ୍ଚିଥିଲେ। ତାଙ୍କୁ ବିଜେପି କର୍ମୀମାନେ ବିରୋଧ କରିବାରୁ ବିଧାୟକ ଶ୍ରୀ ଜଗଦ୍ଦେବ ବିଜେପି କର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଏଥିରେ ୧୫ ବିଜେପି କର୍ମୀ ଓ ୭ ପୁଲିସ ଆହତ ହୋଇଥିଲେ। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ତାଙ୍କୁ ଗାଡ଼ିରୁ ଟାଣି ଆଣି ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ ବିଧାୟକଙ୍କୁ ଉଦ୍ଧାର କରି ଡାକ୍ତଖାନାରେ ଭର୍ତ୍ତି କରିଥିଲା। ପରେ ବିଧାୟକ ଶ୍ରୀ ଜଗଦ୍ଦେବ ଭୁବନେଶ୍ବରର ଏକ ଘରୋଇ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାରେ ବାଣପୁର ଥାନା ପୁଲିସ ନିଜ ତରଫରୁ ଏକ ମାମଲା ରୁଜୁ କରିଥିଲା।

Leave a comment