ହେଉଛିକି ଅଳ୍ପ ବୟସରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା, ତୁରନ୍ତ ଏଥିପ୍ରତି ଧ୍ୟାନ ଦିଅନ୍ତୁ
ମାର୍ଚ୍ଚ ୨୨: ଆଣ୍ଠୁଗଣ୍ଠି ଯନ୍ତ୍ରଣା ବା knee pain ଆଜିକା ସମୟରେ ବହୁତ ସାଧାରଣ ସମସ୍ୟା ହୋଇ ଯାଇଛି। ଯାହା କି ଯେକୌଣସି ବୟସର ଲୋକଙ୍କୁ ପ୍ରଭାବିତ କରିପାରେ। କିଛି ଲୋକଙ୍କୁ ଅନୁସାରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବୃଦ୍ଧାବସ୍ଥାର ରୋଗ ଏବଂ ଅଳ୍ପ ବୟସରେ ଏହାର କୌଣସି ପ୍ରଭାବ ପଡ଼ିନଥାଏ । ଯଦି ଆପଣ ଏମିତି ଭାବୁ ଥାନ୍ତି , ତ ଏ କଥା ପୂରା ଭୁଲ୍ ।
ଆଣ୍ଠୁଗଣ୍ଠି ଯନ୍ତ୍ରଣା କେବଳ ଅଧିକ ବୟସର ଲୋକଙ୍କ ଠାରେ ନୁହେଁ , ଅଳ୍ପ ବୟସର ଲୋକଙ୍କ ଠାରେ ମଧ୍ୟ ଦେଖିବାକୁ ମିଳେ। ଏହା ହୋଇପାରେ କମ୍ ବୟସର ଲୋକଙ୍କ ଠାରେ କିଛି ଲକ୍ଷଣ କମ୍ ଦେଖିବାକୁ ମିଳେ । ଅଳ୍ପ ବୟସର ଲୋକଙ୍କୁ ଅଲଗା ଅଲଗା କାରଣରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୋଇଥାଏ ଏବଂ ଏହାର ଅର୍ଥ କି ତାଙ୍କୁ ଏହି ଯନ୍ତ୍ରଣା ଆଡ଼କୁ ତୁରନ୍ତ ଧ୍ୟାନ ଦେବା ଉଚିତ୍। ଯାହାକି ଆଗକୁ ଯେମିତି ଏହି ସମସ୍ୟା ଆଉ ନବଢ଼ୁ।
ଅଳ୍ପ ବୟସରେ ଲୋକଙ୍କ ଠାରେ ଆଣ୍ଠୁଗଣ୍ଠି ପୀଡ଼ା ହେବାର କାରଣ –
୭୦ରୁ ଅଧିକ ପବ୍ଲିକେଶନ ଓ ୮୦ ଇଣ୍ଟରନ୍ୟାସନାଲ ପ୍ରେଜେଣ୍ଟେସନ ଦେଇଥିବା ଅର୍ଥୋପେଡିକ ଡା. ଜେଫ୍ରି ଭ୍ୟାନ ଥିଏଲଙ୍କ ମୁତାବିକ, ଯେବେ ଆଣ୍ଠୁର ମାଂସପେଶୀ, ଲିଗାମେଣ୍ଟ ଓ ଟେଣ୍ଡନ ଦ୍ୱାରା ଅଧିକ କାମ ହୁଏ , ତ ଆଣ୍ଠୁରେ ଯନ୍ତ୍ରଣା, ଟାଇଟନେସ୍ ଓ ଅନ୍ୟ ଲକ୍ଷଣ ସୃଷ୍ଟି ହେବାରେ ଲାଗେ। ଟେଣ୍ଡୋ ନାଇଟିସ୍ ଓ ବର୍ସାଇଟିସ କିଛି ଏମିତି ହିଁ ସ୍ଥିତି, ଯାହା ସାଧାରଣ ଭାବେ ଆଣ୍ଠୁର ଅଧିକ ପ୍ରୟୋଗ ସହ ଜଡ଼ିତ ହୋଇଥାଏ। ଏହି ସମସ୍ୟା ସେହି ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳେ, ଯାହା ଅଧିକ ସମୟରୁ ଆକ୍ଟିଭ୍ ନଥାନ୍ତି ଏବଂ ହଠାତ୍ ଆକ୍ଟିଭିଟି ଆରମ୍ଭ କରିଦିଅନ୍ତି। ଏହି ପ୍ରକାରର ଆଘାତ ବୟସ୍କଙ୍କ ଠାରେ ଦେଖାଯିବା ଏକ ସାଧାରଣ କଥା । ନ୍ୟୁୟର୍କର ବେଥ୍ ଇସ୍ରାଏଲ ମେଡିକାଲ ସେଣ୍ଟରରେ ସ୍ପୋର୍ଟ୍ସ ରିହାବିଲିଟେସନର ଡାଇରେକ୍ଟର ରବର୍ଟ ଗୋଟାଲିନ୍ଙ୍କ ମୁତାବିକ, ଆଣ୍ଠୁ ଯନ୍ତ୍ରଣାର କାରଣ ହେଇଥିବା ସବୁଠୁ ସାଧାରଣ ଜିନିଷ ମଧ୍ୟରେ ଗୋଟିଏ ହେଲା ରନିଂ କରିବା ବେଳେ ହେଉଥିଲା ଷ୍ଟ୍ରେଚ୍। ଯେବେ ରନିଂ କରିବା ବେଳେ ଗୋଇଠିର ପଛ ଭାଗକୁ ନେଇ ଯାଏ , ତ ଏଥିରେ ଆଣ୍ଠୁରେ ଅଧିକ ଷ୍ଟ୍ରେଚ୍ ଆସିଥାଏ, ଯାହା ଆଣ୍ଠୁର ଯନ୍ତ୍ରଣାକୁ ବୃଦ୍ଧି କରାଇଥାଏ।
ଅଳ୍ପ ବୟସରେ ଆଣ୍ଠୁର ଯନ୍ତ୍ରଣା ସାଧାରଣତଃ ସନ୍ଧିବାତ କାରଣରୁ ହୋଇନଥାଏ, ହେଲେ ଏହା ପେଟେଲୋଫିମୋରଲ ସିଣ୍ଡ୍ରୋମ କାରଣରୁ ହୋଇପାରେ । ପେଟେଲୋଫିମୋରଲ ସିଣ୍ଡ୍ରୋମ ଏକ ଏମିତି ସ୍ଥିତି , ଯାହା ଆଣ୍ଠୁର ସାମନାରେ ଓ ଆଣ୍ଟୁର ଚାରିପଟେ ଯନ୍ତ୍ରଣାର କାରଣ ହୋଇଥାଏ । ଆହତ କାରଣରୁ, ବାତରୋଗ, ଏସିଏଲ ଭାଙ୍ଗିବା, ଫ୍ରାକଚର ହେବା, ଆର୍ଥରାଇଟିସ୍, ବର୍ସାଇଟିସ ବସିବାର ଭୁଲ୍ ତରିକାଆଦି କାରଣ ମଧ୍ୟ ଅଳ୍ପ ବୟସରେ ଆଣ୍ଠୁ ଯନ୍ତ୍ରଣାର କାରଣ ହୋଇପାରେ ।
କମ୍ ବୟସରେ ଆଣ୍ଠୁଗଣ୍ଠିର ଯନ୍ତ୍ରଣାକୁ କେମିତି ରୋକିବେ – ଡା. ଜେଫ୍ରି ଭ୍ୟାନ୍ ଥିଏଲଙ୍କ ମୁତାବିକ , ଅଳ୍ପ ବୟସରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାକୁ କେମିତି ରୋକିହେବ ଏଥିପାଇଁ କିଛି ପୁରୁଣା ଉପାୟ ଗୁଡ଼ିକୁ ଆପଣାଇ ହେବ। ଅନେକ ଥର ଏହି ଉପାୟରେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରେ ଆରାମ ମିଳିଯାଏ । ଯଦି ଏହି ଉପାୟ ଗୁଡ଼ିକୁ ଆପଣାଇବା ପରେ ମଧ୍ୟ ଆରାମ ନଲାଗେ କୌଣସି ଅର୍ଥୋପେଡିକ୍ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
୧- ଆଣ୍ଠୁଗଣ୍ଠିରେ ଯଦି ଯନ୍ତ୍ରଣା ହୋଇଥାଏ , ତ ସବୁଠୁ ଭଲ ଉପାୟ ଆଣ୍ଠୁକୁ ଆରାମ ଦେବା ।
୨- ଆଣ୍ଠୁରେ ଯନ୍ତ୍ରଣା ହେବାରେ ଇଣ୍ଟେନ୍ସ ଆକ୍ଟିଭିଟିରୁ ରକ୍ଷା କରିବା ଉଚିତ ।
୩- ଆଣ୍ଠୁରେ ଯନ୍ତ୍ରଣା ହେବାରେ ବରଫ ଲଗେଇବା ସବୁଠୁ ସହଜ ଉପାୟ ଅଟେ । ଏଥିରେ ଫୁଲା ବା ସ୍ୱେଲିଂ ହ୍ରାସ ପାଇଥାଏ । ଆଉ ଯନ୍ତ୍ରଣା କମିଯାଏ ।
୪- କୌଣସି ଡାକ୍ତରଙ୍କୁ ପରାମର୍ଶ କରି ଅଣ- ଷ୍ଟେରାଏଡଲ ଆଣ୍ଟି-ଇନ୍ଫ୍ଲାନେସନ ଔଷଧର ସେବନ କରି ପାରିବେ ।
୫- ଆଣ୍ଠୁର ଯନ୍ତ୍ରଣାକୁ ହ୍ରାସ କରିବା ପାଇଁ ଥେରାପି ବା ଷ୍ଟ୍ରେଚିଂ ଏକ୍ସରସାଇଜ୍ କରି ପାରିବେ।